fbpx

ବୟସ୍କ ଓ ପିଲାଙ୍କ ପାଇଁ ରେଲୱେ କଲା ବଡ଼ ଘୋଷଣା: ଏବେ ମିଳିବ ଏହି ଜରୁରୀ ସୁବିଧା

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ ଯାତ୍ରା ସମୟରେ ଆପଣଙ୍କୁ ନିଜର ମନ ମୁତାବକ ସ୍ଥାନୀୟ ଖାଦ୍ୟ ଓ ଆଞ୍ଚଳିକ ଖାଦ୍ୟ ମିଳିବ । ଭାରତୀୟ ରେଳ ଏଥିପାଇଁ ନିଜର ସହାୟକ କମ୍ପାନୀ ଇଣ୍ଡିଆନ୍ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) କୁ ନିର୍ଦ୍ଦେଶ ଦେଇଛି । ଏହା ଅଧୀନରେ ରେଳ ମନ୍ତ୍ରଣାଳୟ ଆଇଆରସିଟିସିକୁ ମେନୁରେ ଆବଶ୍ୟକ ପରିବର୍ତ୍ତନ ଆଣିବାର ସ୍ୱାଧୀନତା ଦେଇଛି, ଯାହା ଦ୍ୱାରା ଆଞ୍ଚଳିକ ରୋଷେଇ ଏବଂ ପସନ୍ଦ ଉପରେ ଆଧାର କରି ପର୍ବ ସମୟରେ ଯାତ୍ରୀମାନଙ୍କୁ ନିଜ ପସନ୍ଦ ଖାଦ୍ୟ ମିଳିବ ।

ଏହା ବ୍ୟତୀତ ରେଳବାଇ ବୃଦ୍ଧ ଓ ପିଲାମାନଙ୍କ ପାଇଁ ଟ୍ରେନରେ ସ୍ୱତନ୍ତ୍ର ଖାଦ୍ୟ ପରିବେଷଣ ବିଷୟରେ ଆଲୋଚନା କରିଛି । କେବଳ ଏତିକି ନୁହେଁ, ମଧୁମେହ ରୋଗୀଙ୍କ ପାଇଁ ଚିନିମୁକ୍ତ ଖାଦ୍ୟ, ପିଲାମାନଙ୍କ ପାଇଁ ଶିଶୁ ଆହାର, ବାଜରା ଆଧାରିତ ସ୍ଥାନୀୟ ପ୍ରଡକ୍ଟ ସହିତ ସୁସ୍ଥ ଖାଦ୍ୟ ଅନ୍ତର୍ଭୂକ୍ତ କରାଯିବ । ଯାହାଦ୍ୱାରା ଯାତ୍ରୀମାନେ ସୁସ୍ଥ ଖାଦ୍ୟ ପାଇପାରିବେ ।

ହି ନୂତନ ସୁବିଧା ଅଧୀନରେ ଯେଉଁ ପ୍ରିପେଡ୍ ଟ୍ରେନରେ ଯାତ୍ରୀଙ୍କ ଭଡାରେ କ୍ୟାଟରିଂ ଚାର୍ଜ ଅନ୍ତର୍ଭୂକ୍ତ କରାଯାଏ, ମେନୁ ପୂର୍ବରୁ ସୂଚିତ ଶୁଳ୍କ ମଧ୍ୟରେ ଆଇଆରସିଟିସି ଦ୍ୱାରା ସ୍ଥିର ହେବ । ଏହା ବ୍ୟତୀତ ଏହି ପ୍ରିପେଡ୍ ଟ୍ରେନ୍ ଗୁଡିକରେ ଖାଦ୍ୟର ବିଭିନ୍ନ ଆଇଟମ୍ ଏବଂ ଏମଆରପି ଉପରେ ବ୍ରାଣ୍ଡେଡ୍ ଫୁଡ ଆଇଟମର ବିକ୍ରି କରାଯିବ । ଏହିପରି ସମସ୍ତ ଖାଦ୍ୟ ସାମଗ୍ରୀର ମେନୁ ଏବଂ ଶୁଳ୍କ ଆଇଆରସିଟିସି ଦ୍ୱାରା ପ୍ରସ୍ତୁତ କରାଯିବ ।

Get real time updates directly on you device, subscribe now.