fbpx
BJD SKY
BJD SKY

ASO ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ଥମୁନି ବିବାଦ , ପୁଣି ଥରେ ହାଇକୋର୍ଟରେ ପହଁଞ୍ଚିଲା ମାମଲା

BJD

ଭୁବନେଶ୍ୱର: ଏଏସଓ ପରୀକ୍ଷା କୁ ନେଇ ବିବାଦ କମିବାର ନାମ ନେଉ ନାହିଁ ।ଏଏସଓ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ପୁଣି ବିବାଦ ଦେଖାଦେଇଛି । ଏଥିପାଇଁ ମାମଲା ପୁଣି ଥରେ ହାଇକୋର୍ଟ ରେ ପହଞ୍ଚିଛି । ମୂଲ୍ୟାଙ୍କନକୁ ଚ୍ୟାଲେଞ୍ଜ କରି ଏହି ମାମଲା ପୁଣି ଥରେ ହାଇ କୋର୍ଟରେ ପହଞ୍ଚିଛି । ଓପିଏସିକୁ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି । ତେବେ ଆସନ୍ତା ୨ ତାରିଖରେ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି ।

ସୂଚନାମୁତାବକ ଏଏସଓ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ତେବେ ଏହି ଘଟଣାରେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ପ୍ରେସ ମିଟ ମାଧ୍ୟରେ ସେ ସୂଚନା ଦେଇ କହିଛନ୍ତି ଯେ ଚଳିତବର୍ଷ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି। ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇ ନାହିଁ । ତେଣୁ ଏହାକୁ ନେଇ ଅପପ୍ରଚାର କରିବା ସୋସିଆଲ ମିଡିଆରେ ଏପଟ ସେପଟ ପୋଷ୍ଟ କରିବା ଆଦୌ ଠିକ ନୁହେଁ।

Get real time updates directly on you device, subscribe now.