fbpx

ଆଧାର ସେବା କେନ୍ଦ୍ରରେ ନିଯୁକ୍ତି: ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ମାସ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଧାର୍ଯ୍ୟ ଠିକଣାରେ ନିଜର ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟକୁ ପଠାଇ ପାରିବେ । ଅନ୍ତିମ ତାରିଖ ପରେ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣଯୋଗ୍ୟ ହେବ ନାହିଁ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଆଶାୟୀମାନେ ସବିଶେଷ ତଥ୍ୟ ପାଇପାରିବେ ।

ମୁମ୍ବାଇ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଏହି ପଦ ପୂରଣ ହେବ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଓ ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର (ଏଏଓ) ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏହି ପୋଷ୍ଟଗୁଡ଼ିକ ପାଇଁ ଆବେଦନ କରିବା ପାଇଁ ଯଦି ଆପଣଙ୍କର ଉପଯୁକ୍ତ ଯୋଗ୍ୟତା ରହିଛି, ତେବେ ଆପଣ ଏଥିରେ ଆବେଦନ କରିପାରିବେ । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ପ୍ରାର୍ଥୀମାନେ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ । ଏହି ପଦଗୁଡ଼ିକରେ ଆବେଦନ କରିବା ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ସର୍ତ୍ତାବଳୀ ବିଷୟରେ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।

ବିଜ୍ଞପ୍ତି ଲିଙ୍କ: https://uidai.gov.in/images/VC_9_2024.pdf

Get real time updates directly on you device, subscribe now.