fbpx

ସବୁବେଳେ ଆପଣଙ୍କୁ ଆପଣଙ୍କ ପାର୍ଟନର ନିଜ ଦୁଃଖ ଯନ୍ତ୍ରଣା ବିଷୟରେ କହୁଛନ୍ତି କି? ସଂପର୍କରେ ଏପରି ସଂକେତକୁ କରନ୍ତୁନି ଅଣଦେଖା

ଓଡ଼ିଶା ଭାସ୍କର: ଯେ କୌଣସି ବି ସଂପର୍କ ହେଉ ତାହା ଭରସା ଓ ବିଶ୍ୱାସ ଉପରେ ଗଢି ଉଠିଥାଏ । କିନ୍ତୁ ବେଳେ ବେଳେ ବିଭିନ୍ନ କାରଣରୁ ସଂପର୍କର ମୂଳଦୂଆ ଦୂର୍ବଳ ହୋଇଯାଏ । ବେଳେ ବେଳେ ଆମେ ନିଜର ଚିନ୍ତା ଓ ଭାବନା ଉପରେ ନିୟନ୍ତ୍ରଣ ରଖିବା ପରିବର୍ତ୍ତେ ଏହାକୁ ଅନ୍ୟ ଉପରେ ଲଦି ଦେଇଥାଉ । ନିଜର ଏହି ଇମୋସନାଲ ଭାବନାକୁ ଅନ୍ୟ ଉପରେ ଲଦିଦେବାକୁ ଇମୋସନାଲ ଡମ୍ପିଂ କୁହାଯାଏ । ଏପରି ସ୍ଥିତିରେ ଅନ୍ୟ ବ୍ୟକ୍ତି ବହୁ ସମୟରେ ନିଜକୁ ଅସହଜ ବା କ୍ଲାନ୍ତ ଅନୁଭବ କରିପାରେ । ତେବେ ଆପଣ ଏହି ଇମୋସନାଲ ଡମ୍ପିଂର ଶିକାର ହୋଇଛନ୍ତି କି ନା କିପରି ଜାଣିବେ ।

୧-ଆପଣଙ୍କ ସାଥୀ ଆପଣଙ୍କ ବିଷୟରେ ନ ପଚାରି ଲଗାତର କେବଳ ନିଜ ସମସ୍ୟା ଓ ଚିନ୍ତା ବିଷୟରେ କହୁଛି କି? ଏହା ଏକ ରେଡ୍ ଫ୍ଲାଗ୍ ଅଟେ ଅର୍ଥାତ୍ ଏହା ସୂଚାଉଛି କି ଏହି ସଂପର୍କରେ ଅନ୍ୟ ବିଷୟରେ ଚିନ୍ତା ନ କରି ଜଣେ ବ୍ୟକ୍ତି କେବଳ ନିଜ ଜିନିଷ ସେୟାର କରୁଛି । ଏହା ପରସ୍ପରକୁ ଇମୋସନାଲ ସପୋର୍ଟରେ ଅସନ୍ତୁଳନକୁ ଦର୍ଶାଉଛି ।
୨-ଆପଣଙ୍କ ସାଥୀ ଇମୋସନାଲ ସପୋର୍ଟ ଲାଗି କ’ଣ ଆପଣଙ୍କ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରୁଛନ୍ତି ଓ ବଦଳରେ ଆପଣଙ୍କର କୌଣସି ପରିସ୍ଥିତିକୁ ବୁଝୁନାହାନ୍ତି କି ସମର୍ଥନ କରୁନାହାନ୍ତି । ଏକ ସୁସ୍ଥ ସଂପର୍କରେ ଉଭୟପଟୁ ଇମୋସନାଲ ସପୋର୍ଟର ଆବଶ୍ୟକତା ରହିଥାଏ ।
୩-ଯଦି ଆପଣ ନିଜ ସାଥୀଙ୍କ ସହ କଥା ହେବା ପରେ ଭାବନାତ୍ମକ ରୂପରେ ଥକ୍କାପଣ ଅନୁଭବ କରୁଛନ୍ତି ତେବେ ଏହା ଇମୋସନାଲ ଡମ୍ପିଂର ନକରାତ୍ମକ ପ୍ରଭାବ ଅଟେ । ଏହା ଆପଣଙ୍କ ମାନସିକ ଅବସ୍ଥାକୁ ଦୂର୍ବଳ କରିଦେଇପାରେ ।
୪- ଆପଣ ଅନୁଭବ କରିଛନ୍ତି କି ଯେତେବେଳେ ଆପଣ ନିଜ ଭାବନାକୁ ସେୟାର କରିବାକୁ ଚାହିଁଛନ୍ତି ସେତେବେଳେ ତାହାକୁ ଅଣଦେଖା କରିଦିଆଯାଇଛି । ଏହା ଆପଣଙ୍କ ପ୍ରତି ତାଙ୍କର ସହାନୁଭୂତି ଓ ସମ୍ମାନ କମ୍ ରହିଥିବା ଦର୍ଶାଇଥାଏ । ଏହା ସଂପର୍କରେ ଏକ ରେଡ୍ ଫ୍ଲାଗ୍ ପରି ।

ସଂପର୍କରେ ଏହି ଇମୋସନାଲ ଡମ୍ପିଂ ଏକ ମାରାତ୍ମକ ଜିନିଷ ହୋଇଥାଏ । ଏହା ବ୍ୟକ୍ତି ଓ ସଂପର୍କ ଉଭୟ ଲାଗି ହାନିକାରକ ହୋଇଥାଏ । ଏଥିରେ ଜଣେ ବ୍ୟକ୍ତି ଲଗାତର ନିଜ ପାର୍ଟନରଙ୍କୁ ଭଲପାଇବା ଓ ଯତ୍ନ ଦେବା ପରିବର୍ତ୍ତେ କେବଳ ଇମୋସନାଲ ପ୍ରେସର ଦେଇଥାଏ । ଏପରି ସ୍ଥିତି ସଂପର୍କରେ ଅସନ୍ତୋଷ ସୃଷ୍ଟି କରିଥାଏ । ଏହାଦ୍ୱାରା ସଂପର୍କ ତୁଟି ବି ଯାଇପାରେ ।

Get real time updates directly on you device, subscribe now.