fbpx

ପୁଣି ମୁଣ୍ଡ ନେଲାଣି ‘ବ୍ଲୁ ହ୍ୱେଲ୍’ ଗେମ୍; ଚ୍ୟାଲେଞ୍ଜ୍ ହାରିବା ପରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ: ଆମେରିକାରେ ପଢୁଥିବା ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ‘ବ୍ଲୁ ହ୍ୱେଲ୍ ଗେମ୍’ ଚ୍ୟାଲେଞ୍ଜ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଗେମ୍ ଖେଳୁଥିବା ବେଳେ ଛାତ୍ର ଜଣକ ନିଜ ଜୀବନ କୁ ତ୍ୟାଗ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣା ମାର୍ଚ୍ଚ ମାସରୁ ସାମ୍ନାକୁ ଆସିଛି ।

ମାର୍ଚ୍ଚ ୮ ତାରିଖରେ ଛାତ୍ରଙ୍କ ମୃତଦେହ ମିଳିଥିଲା। ସେ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଥିଲେ । ବ୍ରିଷ୍ଟଲ କାଉଣ୍ଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣିଙ୍କ ମୁଖପାତ୍ର ଗ୍ରେଗ୍ ମିଲିୟଟ୍ କହିଛନ୍ତି ଯେ ଏହି ମାମଲାକୁ ଆତ୍ମହତ୍ୟା ଦୃଷ୍ଟିକୋଣରୁ ଅନୁସନ୍ଧାନ କରାଯାଉଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚ୍ୟାଲେଞ୍ଜର ଅଂଶ ସ୍ୱରୂପ ଛାତ୍ର ଜଣକ ଦୁଇ ମିନିଟ୍ ପର୍ଯ୍ୟନ୍ତ ନିଶ୍ୱାସ ଅଟକାଇ ରଖିଥିଲେ। ସେଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ପ୍ରଥମେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ମଧ୍ୟ କୁହାଯାଉଥିଲା। ଲୁଟ୍ ପରେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ନାମ ବୋଷ୍ଟନ୍ ୟୁନିଭର୍ସିଟିରେ ପଢ଼ୁଥିବା ଛାତ୍ର ବୋଲି ଦର୍ଶାଯାଇଥିଲା। ଜଙ୍ଗଲରେ ଏକ କାର୍ ରୁ ତାଙ୍କ ମୃତଦେହ ମିଳିଥିଲା। ପରେ ବୋଷ୍ଟନ ଗ୍ଲୋବ ଖବରକାଗଜ ତାଙ୍କୁ ସଠିକ୍ ଭାବେ ଚିହ୍ନଟ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।

ଛାତ୍ରଙ୍କ ମୃତ୍ୟୁର କାରଣ ପୁଲିସ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ। ଏବେ କେବଳ ‘ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ’ ଗେମ୍ ର ଆଙ୍ଗେଲ୍ ହିଁ ମୃତ୍ୟୁ ବୋଲି ଆଶଙ୍କା କରାଯାଉଛି। ଏହି ଗେମ୍ ବିଷୟରେ ପଚରାଯିବାରୁ ମିଲିଓଟ୍ କହିଛନ୍ତି, “ଆମ ପାଖରେ ବର୍ତ୍ତମାନ ଏ ସମ୍ପର୍କିତ କୌଣସି ସୂଚନା ନାହିଁ। ଏହି ମାମଲାର ମଧ୍ୟ ଆତ୍ମହତ୍ୟା ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି। ମାମଲା ଶେଷ କରିବା ପୂର୍ବରୁ ଆମେ ଡାକ୍ତରୀ ପରୀକ୍ଷକଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରୁଛୁ, ତା’ପରେ ହିଁ ମାମଲା ସ୍ପଷ୍ଟ ହେବ।”

Get real time updates directly on you device, subscribe now.