fbpx

ବାଇକକୁ ଧକ୍କାଦେଲା ଆମ୍ବୁଲାନ୍ସ: ବାପା-ମାଆଙ୍କ ମୃତ୍ୟୁ, ଅନାଥ ହୋଇଗଲେ ଦୁଇ ଛୋଟ ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା କେତେବେଳେ ଓ କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ । ଅନେକ ସମୟରେ ଅଚାନକ ଦୁର୍ଘଟଣା ଘଟି ବହୁ ପରିବାରକୁ ବର୍ବାଦ କରିଦେଇଥାଏ । ତେବେ ଏହା ମଧ୍ୟରେ ବୌଦ୍ଧରୁ ଆସିଛି ଏକ ଦୁଃଖଦ ଖବର । ସଡ଼କ ଦୁର୍ଘଟଣାରେ ବାପା-ମାଆଙ୍କ ମୃତ୍ୟୁ ଘଟିଛି । ଫଳରେ ଦୁଇଜଣ ଛୋଟ ଝିଅ ଅନାଥ ହୋଇଯାଇଛନ୍ତି । ବାଇକକୁ ଏକ ଆମ୍ବୁଲାନ୍ସ ଧକ୍କା ଦେବା ଫରେ ଏହି ଅଘଟଣ ଘଟିଥିଲା ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ମହାନଦୀ ବ୍ରିଜ ଛକଠାରେ ଠିଆ ହୋଇଥିବା ଏକ ବାଇକକୁ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପାଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ଡାକ୍ତରଖାନାରେ ମା’ଙ୍କର ପରଲୋକ ଘଟିଥିଲା । ଭାଗ୍ୟବଶତଃ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରୁ ୧୪ ଓ ୮ ବର୍ଷର ବୟସର ଦୁଇ ଝିଅ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ପୋଲିସ ଆମ୍ବୁଲାନ୍ସକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.