fbpx

ଫେସନ ଇନଫ୍ଲୁଏନ୍ସର ସୁରଭି ଜୈନଙ୍କ ପରଲୋକ: ମାତ୍ର ୩୦ ବର୍ଷ ବୟସରେ ଆଖି ବୁଜିଲେ

ନୂଆଦିଲ୍ଳୀ: ଆସିଛି ଏକ ବଡ଼ ଖବର । ଜଣାଶୁଣା ଫେସନ ଇନଫ୍ଲୁଏନ୍ସର ସୁରଭି ଜୈନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସୁରଭିଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା । ସୁରଭି ଓଭେରିୟନ କର୍କଟ ରୋଗରେ ପୀଡ଼ିତ ରହିଥିବା ବେଳେ ସେଥିପାଇଁ ତାଙ୍କର ଚିକିତ୍ସା ଚାଲିଥିଲା । ସୁରଭୀଙ୍କ ପରଲୋକ ବାବଦରେ ତାଙ୍କର ପରିବାର ପକ୍ଷରୁ ସୋସିଆଲ ମିଡ଼ିଆରେ ସୂଚନା ଦିଆଯାଇଛି । ଏ ଦୁଃଖ ଖବର ପାଇବା ପରେ ସୁରଭିଙ୍କ ବନ୍ଧୁ, ପରିଜନ ଓ ପ୍ରଶଂସକଙ୍କ ମହଲରେ ନିରାଶା ଖେଳିଯାଇଛି ।

ସୁରଭିଙ୍କର ଇନଷ୍ଟାଗ୍ରାମରେ ଭଲ ଫ୍ୟାନ ଫଲୋଇଙ୍ଗ ରହିଥିବା ବେଳେ ସେ ଜଣେ ଜଣାଶୁଣା ଫେସନ ଇନଫ୍ଲୁଏନ୍ସର ଭାବେ ପରିଚିତ ଥିଲେ । ଓଭେରିୟନ କର୍କଟ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା । ୮ ସପ୍ତାହ ପୂର୍ବରୁ ହସ୍ପିଟାଲରେ ସୁରଭି ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ । ସେ ଅଧିକାଂଶ ସମୟ ହସ୍ପିଟାଲରେ ବିତାଉଛନ୍ତି ବୋଲି ୨ ମାସ ପୂର୍ବର ପୋଷ୍ଟରେ ଉଲ୍ଲେଖ କରିଥିଲେ । ଏପ୍ରିଲ ୧୯ରେ ଗାଜିଆବାଦରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ୨୭ ବର୍ଷ ବସୟରେ ସୁରଭିଙ୍କର ଏକ ବଡ଼ ସର୍ଜରୀ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଓଭେରିୟନ କ୍ୟାନସରରେ ପୀଢ଼ିତ ହେବା ପରେ ମହିଳାଙ୍କର ଟେନସନ ବଢ଼ିଯାଇଥାଏ । ଏହି ବୀମାରୀ ଅତ୍ୟନ୍ତ ଘାତକ ହୋଇଥିବା ବେଳେ ତାହା ହେଲଦୀ ଟିସୁକୁ ମଧ୍ୟ ନଷ୍ଟ କରିଦେଇଥାଏ । ବ୍ରଷ୍ଟ ଓ ସର୍ଭାଇକଲ କ୍ୟାନସର ପରେ ଏହି ରୋଗରେ ଭାରତରେ ଅଧିକାଂଶ ମହିଳା ସଂକ୍ରମିତ ହୋଇଥାନ୍ତି ।

Get real time updates directly on you device, subscribe now.