fbpx

ବିନାଶକ କ୍ଷେପଣାସ୍ତ୍ର ତିଆରି କରୁଥିଲା ପାକିସ୍ତାନ: ଆମେରିକା ନେଲା ବଡ କାର୍ଯ୍ୟାନୁଷ୍ଠାନ

ୱାଶିଂଟନ୍‌: ପାକିସ୍ତାନର ମିସାଇଲ୍ କାର୍ଯ୍ୟକ୍ରମ ଲାଗି ବିଭିନ୍ନ ଉପକରଣ ଯୋଗାଉଥିବା ଚୀନ୍‌ର ୩ ଓ ବେଲାରୁଷର ଏକ କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧ ଲଗାଇଛି । ଆମେରିକା ବିଦେଶ ବିଭାଗ କହିଛି ଯେଉଁ କମ୍ପାନୀ ଉପରେ ପ୍ରତିବନ୍ଧ ଲଗାଯାଇଛି ସେମାନଙ୍କ ମଧ୍ୟରେ ରହିଛନ୍ତି ମିନସ୍କ ହୁଇଲ୍ ଟ୍ରାକ୍ଟର ପ୍ଲାଣ୍ଟ, ଜିଆନ୍ ଲଙ୍ଗେଡ୍ ଟେକ୍ନୋଲଜି ଡେଭଲପମେଣ୍ଟ କୋ ଲିମିଟେଡ୍‌, ଟିଆନଜିନ୍ କ୍ରିଏଟିଭ ସୋର୍ସ ଇଣ୍ଟରନ୍ୟାସନାଲ ଟ୍ରେଡ୍ କୋ ଲିମିଟେଡ୍ ଏବଂ ଗ୍ରାନପେକ୍ଟ କୋ ଲିମିଟେଡ୍ । ଏହି ସମସ୍ତ କମ୍ପାନୀ ସାମୂହିକ ବିନାଶ ଅସ୍ତ୍ର ନିର୍ମାଣରେ ସହଯୋଗ ଦେଇ ଆସୁଛନ୍ତି ।

ଏକ ବୟାନରେ କୁହାଯାଇଛି ଯୁକ୍ତରାଷ୍ଟ୍ର ଆମେରିକା ଏହାର ସହଯୋଗୀଙ୍କ ସହିତ ସାମୂହିକ ବିନାଶ ଅସ୍ତ୍ରଶସ୍ତ୍ର ନିର୍ମାଣର ପ୍ରସାର ରୋକିବା ଲାଗି ପ୍ରତିବଦ୍ଧ । ଆମେରିକା ବିଦେଶ ବିଭାଗ ଅନୁଯାୟୀ ଚୀନ୍ ସ୍ଥିତ ଶିଆନ୍ ଲୋଙ୍ଗଡେ ଟେକ୍ନୋଲଜି ଡେଭଲପମେଣ୍ଟ କମ୍ପାନୀ ପାକିସ୍ତାନରେ ଦୂରଗାମୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଲାଗି ଫିଲାମେଣ୍ଟ ଉଇଡିଙ୍ଗ ମେସିନ୍ ସହିତ ବିଭିନ୍ନ ଉପକରଣ ଯୋଗାଇଛି । ସେହିପରି ଚୀନ୍ ସ୍ଥିତ ତିୟାନଜିନ୍ କ୍ରିଏଟିଭ୍ ସୋର୍ସ ଇଣ୍‌ଟରନ୍ୟାସନାଲ ଟ୍ରେଡ୍ କମ୍ପାନୀ ପାକିସ୍ତାନକୁ ଷ୍ଟିର ବୋଲ୍ଡିଂ ଉପକରଣ ଯୋଗାଇଥାଏ । ଅନ୍ୟ ଏକ ଚୀନ୍ କମ୍ପାନୀ ଗ୍ରେନପାକ୍ଟ କମ୍ପାନୀ ଲିମିଟେଡ୍ ବୃହତ୍ତ ରକେଟ୍ ମୋଟର୍ସର ପରୀକ୍ଷଣ ଲାଗି ପାକିସ୍ତାନକୁ ବିଭିନ୍ନ ଉପକରଣ ଯୋଗାଇଥାଏ ।

ସେହିପରି ବେଲାରୁଷର କମ୍ପାନୀ ପାକିସ୍ତାନକୁ ବାଲିଷ୍ଟିକ୍ ମିସାଇଲ୍ କାର୍ଯ୍ୟକ୍ରମ ଲାଗି ବିଶେଷ ବାହନ ଚେସିସ୍ ଯୋଗାଇଥାଏ । ଏହାର ଉପଯୋଗ ପାକିସ୍ତାନର ରାଷ୍ଟ୍ରୀୟ ବିକାଶ ପରିଷଦ ପକ୍ଷରୁ ବାଲିଷ୍ଟିକ୍ ମିସାଇଲ୍ ପ୍ରକ୍ଷେପଣ ଲାଗି କରାଯାଇପାରେ ।

Get real time updates directly on you device, subscribe now.