fbpx

(Video) ଭୁଶୁଡ଼ିଲା ଏକ ନିର୍ମାଣାଧୀନ ୩ ମହଲା ବିଲଡିଂ: ଦ୍ୱିପ୍ରହର ସମୟରେ ଅଚାନକ ଘଟିଲା ଏପରି ଅଘଟଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ନିର୍ମାଣାଧୀନ ୪ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଆଜି ଦ୍ୱିପ୍ରହର ୩.୫୦ ସମୟରେ ବିଲଡିଂଟି ଅଚାନକ ମାଟିରେ ମିଶିଯାଇଥିଲା । ତେବେ ଏହି ଅଘଟଣରେ କାହାର କିଛି କ୍ଷତି ଘଟିନାହିଁ । ଏହି ନିର୍ମାଣାଧୀନ ବିଲଡିଂରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସମୟରୁ ତାହା ନଇଁବା ଆରମ୍ଭ କରିଦେଇଥିଲା ବୋଲି ଲୋକମାନେ କହିନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଉଦ୍ଧାରକାରୀ ଟିମ୍ ପକ୍ଷରୁ ଉକ୍ତ ବିଲଡିଂର ଆଖପାଖ ଅଞ୍ଚଳକୁ ଖାଲି କରାଯିବା ସହିତ ବାରିକେଡ୍ ଲଗାଯାଇଥିଲା ।

ତେବେ ଆଜି ଦ୍ୱିପ୍ରହର ୩.୫୦ ସମୟରେ ଅଚାନକ ଉକ୍ତ ନିର୍ମାଣାଧୀନ ୩ ମହଲା ବିଲଡିଂଟି ଭୁଶୁଡ଼ି ପଡ଼ିଥିଲା । ସେହି ସମୟରେ ଘଟଣାସ୍ଥଳରେ ଦମକଳ ବାହିନୀ ସହିତ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଉପସ୍ଥିତ ଥିଲେ । ବିଲଡିଂ ଭୁଶୁଡ଼ିବା ଫଳରେ ଅନ୍ୟ କିଛି ଘରର କ୍ଷତି ଘଟିଥିବା ଜଣାପଡ଼ିଛି । ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏହି ବିଲଡିଂରେ ନିର୍ମାଣ କାର୍ଯ୍ୟ ଚାଲିଥିଲା ।

Get real time updates directly on you device, subscribe now.