fbpx

ହନୁମାନ ଚାଳିଶା ପାଠ କରିବା ସମୟରେ କରନ୍ତୁନି ଏପରି ଭୁଲ୍‌; ମିଳିବନି ବଜରଙ୍ଗବାଲୀଙ୍କ କୃପା

ଓଡ଼ିଶା ଭାସ୍କର: ଆମ ମଧ୍ୟରୁ ଅଧିକାଂଶ ଘରେ ନିୟମିତ ଭାବରେ ହନୁମାନ ଚାଳିଶା ପାଠ କରିଥାଉ । ଦୈନିକ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ବ୍ୟକ୍ତିକୁ ବଜରଙ୍ଗବାଲୀଙ୍କ ବିଶେଷ କୃପା ମିଳିଥାଏ ଯଦ୍ଦ୍ୱାରା ବ୍ୟକ୍ତି ଜୀବନରେ ଆସୁଥିବା ସମସ୍ତ କଷ୍ଟ ଦୂର ହୋଇଥାଏ । ଯଦି ଆପଣ ହନୁମାନ ଚାଳିଶା ପାଠର ପୂର୍ଣ୍ଣ ଫଳ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ କିଛି କଥା ଉପରେ ଧ୍ୟାନ ରଖିବା ନିହାତି ଜରୁରୀ ।

୧-ଆପଣ ଯେତେବେଳେ ହନୁମାନ ଚାଳିଶା ପାଠ କରିବାକୁ ବସୁଛନ୍ତି ସେତେବେଳେ ମନ ମଧ୍ୟରେ କୌଣସି ନକରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କୁ ହନୁମାନ ଚାଳିଶା ପାଠ କରିବାର ପୂର୍ଣ୍ଣ ଲାଭ ମିଳିବ ନାହିଁ । ହନୁମାନ ଚାଳିଶା ପାଠ କରିବା ସମୟରେ ନିଜର ସଂପୂର୍ଣ୍ଣ ଧ୍ୟାନ ଏହା ଉପରେ ହିଁ ରଖନ୍ତୁ ।
୨-ଯଦି ଆପଣ ବଜରଙ୍ଗବାଲୀଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ କୌଣସି ଦୂର୍ବଳ ଅସହାୟଙ୍କୁୁ ଅସୁବିଧାରେ ପକାନ୍ତୁ ନାହିଁ । କାହାକୁ କୌଣସି ପ୍ରକାର ଅପଶବ୍ଦ ବି କୁହନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କୁ ହନୁମାନ ଚାଳିଶା ପାଠର ଲାଭ ମିଳିବ ନାହିଁ ।
୩-ହନୁମାନଜୀଙ୍କ ଆରାଧନା ଲାଗି ମଙ୍ଗଳବାର ଦିନ ସବୁଠାରୁ ଉତ୍ତମ । ଯଦି ଆପଣ ଏହିଦିନ ୩ ଥର ହନୁମାନ ଚାଳିଶା ପଢିବେ ତେବେ ଏହାଦ୍ୱାରା ହନୁମାନଜୀ ଅତି ପ୍ରସନ୍ନ ହେବେ ଓ ତାଙ୍କ କୃପା ନିଶ୍ଚୟ ମିଳିବ ।
୪-ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ଏକ ପାତ୍ରରେ ଜଳ ଭରି ରଖନ୍ତୁ । ହନୁମାନ ଚାଳିଶା ପାଠ କରି ସାରିବା ପରେ ସେହି ଜଳକୁ ଗ୍ରହଣ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଜୀବନରେ ଶୁଭ ଫଳ ମିଳିବ ।

Get real time updates directly on you device, subscribe now.