fbpx

ବାଇକ୍‌ରେ ଠେଲାଗାଡ଼ି ଚୋରୀ କରି ଗିରଫ ହେଲେ ଦୁଇ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ଵର: ଠଲାଗାଡ଼ି ଚୋରୀ କରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୁଲିସ । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଗତ ତିନି ବର୍ଷ ହେବ ଗୋପବନ୍ଧୁ ଛକ ନିକଟରେ ଠେଲା ଗାଡି ସହାୟତାରେ ଚାର୍ଟ ବ୍ୟବସାୟ କରନ୍ତି । ଗତ ତା.୧୦.୦୪.୨୦୨୪ ରିଖ ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ, ଦୁଇଟି ଭିନ୍ନ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରୀ କରୁଥିବା ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ବିଳମ୍ବିତ ରାତିରେ ଅଭିଯୋଗକାରୀଙ୍କ ଉକ୍ତ ଠେଲାଗାଡିକୁ ନିଜର ଦୁଇଟି ମୋଟରସାଇକେଲ ସହାୟତାରେ ସେଠାରୁ ଚୋରୀକରି ନେଇ ଇନଫୋସିଟି ଅନ୍ତର୍ଗତ ଡିଏଲଫ ପଛ ପାର୍ଶ୍ଵକୁ ସ୍ଥାନାନ୍ତର କରିଥିଲେ ।

ତା ପରଦିନ ସନ୍ଧ୍ୟାରେ ଅଭିଯୋଗକାରୀ ଦୋକାନ ଖୋଲିବା ଲାଗି ଯାଇଥିବା ବେଳେ ତାଙ୍କ ଠେଲା ଗାଡିଟି ଚୋରୀ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପରେ ସେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ଚଢଉ କରି ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଉଭୟଙ୍କ ହେପାଜତରୁ ଅଭିଯୋଗକାରୀଙ୍କ ଚୋରା ଠେଲା ଗାଡି ସହିତ ଦୁଇଟି ମୋଟରସାଇକେଲ ଜବତ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.