fbpx

ଲଭଲୀନାଙ୍କ ମ୍ୟାଚ୍ ପାଇଁ ସ୍ଥଗିତ ହେବ ବିଧାନସଭା

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବକ୍ସର ଲଭଲୀନାଙ୍କର ଦମ ଦେଖିବାକୁ ମିଳିବ । ତେବେ ଖାସ୍ କଥା ହେଉଛି ଲଭଲୀନାଙ୍କ ଖେଳ ଦେଖିବା ପାଇଁ ୩୦ ମିନିଟ ସ୍ଥଗିତ ରହିବ ଆସାମ ବିଧାନସଭା । କେବଳ ଆସାମ ନୁହେଁ ସାରା ଭାରତବାସୀଙ୍କ ନଜର ରହିଛି ତାଙ୍କ ମ୍ୟାଚ୍ ଉପରେ । ଆଜି ଲଭଲୀନା ଭାରତ ପାଇଁ ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବେ । ଆସାମରେ ଆଜି ସମସ୍ତ ବିଧାୟକ ଲଭଲୀନାଙ୍କ ମ୍ୟାଚ ଦେଖିବେ । ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଲଭଲୀନାଙ୍କ ମ୍ୟାଚ ସମୟରେ ଆସାମ ବିଧାନସଭାର କାର୍ଯ୍ୟ ୩୦ ମିନିଟ ଯାଏଁ ସ୍ଥଗିତ ରଖାଯିବ । ମହିଳା ଓ୍ୱେଟଲିଫ୍ଟର ବର୍ଗ କ୍ୱାର୍ଟର ଫାଇନାଲରେ ଚୀନ ତାଇପେ ପ୍ରତିଯୋଗି ନିଏନ ଚୀନକୁ ହରାଇ ଭାରତକୁ ପଦକ ସୁନିଶ୍ଚିତ କରାଇଥିଲେ । ଆଜି ସେମିରେ ବିଶ୍ୱ ଚାମ୍ପିଅନ୍ ତୁର୍କୀର ବୁସେନାଜ ସୁରମେନେଲୀଙ୍କ ସହ ମୁକାବିଲା ହେବ । ସୂଚନା ଥାଉକି, ୨ ଥର ବିଶ୍ୱ ଚାମିଅନସିପରେ କାଂସ୍ୟ ପଦକ ବିଜେତୀ ଲଭଲୀନା ଆସାମର ପ୍ରଥମ ମହିଳା ଯିଏକି ଅଲିମ୍ପିକରେ କ୍ୱାଲିଫାଏ କରିଛନ୍ତି ।

Get real time updates directly on you device, subscribe now.