ତିନିଦିନିଆ କନ୍ଧମାଳ ସାହିତ୍ୟ ମହୋତ୍ସବ ଭର୍ଚ୍ୟୁଆଲ ସଂସ୍କରଣର ପରିସମାପ୍ତି

ଫୁଲବାଣୀ : ସୃଜନଶୀଳତା, ଶାନ୍ତି ଓ ବିକାଶରେ ଦେଶୀୟ ଭାଷାର ଭୂମିକା, ଏହି ପ୍ରମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା କନ୍ଧମାଳ ସାହିତ୍ୟ ମହୋତ୍ସବ – ଭର୍ଚ୍ୟୁଆଲ ସଂସ୍କରଣ ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୧ରେ ସମାପ୍ତ ହୋଇଛି । ଏହି ଉତ୍ସବ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଏବଂ ଓଡ଼ିଶା ଡାଏରୀ ଫାଉଣ୍ଡେସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ବର୍ଷ ଏହି ଉତ୍ସବ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଓଡ଼ିଶାର ଦେଶୀୟ ଐତିହ୍ୟ ତଥା ପ୍ରକୃତି, ସଂସ୍କୃତି ଓ ସାହିତ୍ୟର ମିଳନ ସଙ୍ଗମର ଉନ୍ନତି ପାଇଁ ନଜିର ପ୍ରୟାସ ସବୁବେଳେ ଜାରି ରଖିଛି ।

ଉଦଘାଟନୀ ମହୋତ୍ସବରେ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ନିଜର ସ୍ୱାଗତ ଭାଷଣ ରଖିଥିଲେ । ସେ କହିଥିଲେ, “କନ୍ଧମାଳ ସାହିତ୍ୟ ମହୋତ୍ସବର ଏହି ଭର୍ଚ୍ୟୁଆଲ ସଂସ୍କରଣରେ ମୁଁ ଅଂଶଗ୍ରହଣ କରିଥିବାରୁ ନିଜକୁ ଗୌରାବାନ୍ୱିତ ତଥା ଭାଗ୍ୟବାନ୍ ମନେ କରୁଛି । ଦୀର୍ଘ ୭ ହଜାର ବର୍ଷର ପୁରୁଣା ସଂସ୍କୃତି, ଇତିହାସ, ଐତିହ୍ୟ ସହିତ ଆମ ଭାରତୀୟ ସଭ୍ୟତା ସମୃଦ୍ଧ ହୋଇଛି ଏବଂ ଏହା ମଧ୍ୟ ସମଗ୍ର ବିଶ୍ୱରେ ଜୀବିତ ଥିବା ଏକ ସଭ୍ୟତା । ଭାଷା ହେଉଛି ଏହିପରି ଏକ ଭଣ୍ଡାର ଭାରତରେ ଭାଷାଭିତ୍ତିକ ଆଧାରକୁ ସୁରକ୍ଷିତ ରଖିବାରେ ଡିଜିଟାଲାଇଜେସନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡ଼ିଶାରେ ଭାଷାର ସଂରକ୍ଷଣ ଏକ ବଡ଼ ପ୍ରସଙ୍ଗ । ଏହା ମଧ୍ୟରେ ରାଜ୍ୟର ବିକାଶର ପୂର୍ବାନୁମାନ କରିବା ଏକ କଷ୍ଟକର ବ୍ୟାପାର । ଲୋକମାନେ ଭୁଲି ଯାଇଛନ୍ତି ଯେ ଭାଷା ହେଉଛି ବିକାଶର ମୂଳଦୁଆ । କନ୍ଧମାଳର କୁଇ ଭାଷା ଓଡ଼ିଶାର ସ୍ୱଦେଶୀ ଐତିହ୍ୟର ଏକ ସଂକେତ ଅଟେ, ତେଣୁ ଏହି ଭାଷା ସର୍ବାଗ୍ରେ ରହିବାକୁ ଯୋଗ୍ୟ ଅଟେ । ଭାଷା ହେଉଛି ଏକ ବ୍ୟକ୍ତି, ରାଜ୍ୟ, ସଂପ୍ରଦାୟ ଅଞ୍ଚଳ କିମ୍ବା ଦେଶର ସମ୍ମାନ। ଏହା ସଂଯୋଗ ଏବଂ ଯୋଗାଯୋଗର ଏକ ଧାରା ଏବଂ ଗର୍ବ ଓ ଗୌରବ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ମୁଁ ଦର୍ଶକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲି ଯେ, ଭୀମଭୋଇ ଏବଂ ଗଙ୍ଗାଧର ମେହେରଙ୍କ ଭଳି କିମ୍ବଦନ୍ତୀ କବିମାନେ ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା ଅମର ସାହିତ୍ୟ ଖଣ୍ଡ ଗୁଡ଼ିକୁ ଲେଖିଛି ଯାହାକି ଓଡ଼ିଆ ଆମର ସମ୍ମାନର ଭାଷା ଭାବରେ ଗୌରବାନ୍ୱିତ ହୋଇପାରିଛି । ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ କହିଛନ୍ତି, ଭାରତରେ ସାହିତ୍ୟ ଗୋଟିଏ, ଏହାକୁ ପ୍ରଚଳିତ ଅନେକ ଭାଷା ମାଧ୍ୟମରେ ଚିତ୍ରଣ କରାଯାଇଛି ।”

ଶ୍ରୀ ଦେବାଶିଷ ସାମନ୍ତରାୟ, ଶ୍ରୀମତୀ ଜ୍ୟୋତିର୍ମୟୀ କଅଁର ଏବଂ ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ ମଧ୍ୟ ଏହି ଉଦଘାଟନୀ ଅଧିବେସନରେ ଉପସ୍ଥିତ ରହିଥିଲେ ।

ଅଧିବେସନ – କନ୍ଧମାଳ ସାହିତ୍ୟ ମହୋତ୍ସବ : ପ୍ରକୃତି ଏବଂ ସଂସ୍କୃତିର ଏକ ଅନନ୍ୟ ମିଶ୍ରଣ ।

ଶ୍ରୀମତୀ ଜ୍ୟୋତିର୍ମୟୀ କଅଁର, ତୀର୍ଥ ଜାନୀ, ରବିନ୍ଦ୍ରନାଥ ମିଶ୍ର, ବୀରେନ୍ଦ୍ର କୁମାର ଦାସ, ନେତାଜୀ ଅଭିନନ୍ଦନ କଳାହାଣ୍ଡି ପ୍ରସଙ୍ଗରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସଂସ୍କୃତି ବିଷୟରେ ମତବ୍ୟକ୍ତ କରିଥିଲେ ।

ଅଧିବେସନ – କନ୍ଧମାଳ ଜୀବନଶୈଳୀ ଏବଂ ଲୋକନୃତ୍ୟ । ଏହି ଅଧିବେସନକୁ ଡ. ମହେନ୍ଦ୍ର ମିଶ୍ର ପରିଚାଳନା କରିବା ସହିତ ଦିଲ୍ଲୀପ କୁମାର ସାହାଣୀ, ଡ. କ୍ଟର ରଞ୍ଜନ ପ୍ରଧାନ, ଡ.କ୍ଟର ସରୋଜ କୁମାର ପରିଡ଼ା, ବାସନ୍ତୀ ମାଝୀ ତଥା ଚିତ୍ତରଞ୍ଜନ ମିଶ୍ର ପ୍ରମଖୁ କନ୍ଧମାଳରେ ଥିବା ଲୋକମାନଙ୍କର ସାଧାରଣ ଜୀବନଶୈଳୀ, ଲୋକ ସଂସ୍କୃତି ଏବଂ ଲୋକନୃତ୍ୟର ଐତିହ୍ୟ ବିଷୟରେ ଏହି ଅଧିବେସନରେ ଆଲୋଚନା କରିଥିଲେ ।

ଅଧିବେସନ – କୁଇ ଭାଷାର ସଂରକ୍ଷଣ ଏବଂ ବିକାଶ । ବକ୍ତା : ଡକ୍ଟର ନୀରଦ କହଁର । କୁଇ ଭାଷା, ଏହାର ସାହିତ୍ୟିକ ଐତିହ୍ୟ, ବିଲୁପ୍ତ ହେବାର ଆଶଙ୍କା ଏବଂ ସଂରକ୍ଷଣ ପାଇଁ ଆବଶ୍ୟକ କାର୍ଯ୍ୟଶୈଳୀ ତଥା ବିଭିନ୍ନ ବିଷୟ ଉପରେ ଡ଼କ୍ଟର ନୀରଦ କହଁର ମତବ୍ୟକ୍ତ କରିଥିଲେ ।

ଅଧିବେସନ – ମିଡ଼ିଆ ପୃଷ୍ଠାରେ କନ୍ଧମାଳ । ପ୍ୟାନେଲିଷ୍ଟ – ଡକ୍ଟର ଅରୁପ କୁମାର ଜେନା, ରଙ୍ଗାଧର ପଣ୍ଡା, ଶିବ ପ୍ରସାଦ ତ୍ରିପାଠୀ, ସଦାଶିବ ପାତ୍ର, ବ୍ରଜ ନନ୍ଦ । ଡ. ପବିତ୍ର ସୁବୁଦ୍ଧି ଏହି ଅଧିବେସନକୁ ପରି·ଳନା କରିଥିଲେ । ବାଣିଜ୍ୟିକ ସମ୍ବାଦକୁ ଗଣମାଧ୍ୟମରେ ପ୍ରାଥମିକତା ଏବଂ କନ୍ଧମାଳ ସ୍ୱଦେଶୀ ଐତିହ୍ୟକୁ କିପରି ଭାବରେ ଅଣଦେଖା କରାଯାଇଛି ସେ ନେଇ ଏହି ଅଧିବେସନରେ ବିଶେଷ ଭାବରେ ଆଲୋକପାତ କରାଯାଇଥିଲା ।

ଅଧିବେସନ – କୁଇ ଭାଷାର ଲେଖିବା ପଦ୍ଧତି : ଏହି ଅଧିବେସନରେ ଅନୁଜ ମୋହନ ପ୍ରଧାନ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ ।

ଅଧିବେସନ – କନ୍ଧମାଳ ଗବାକ୍ଷରୁ ବିଶ୍ୱ ଚିନ୍ତା । ପ୍ୟାନେଲିଷ୍ଟ – କୈଳାଶ ଚନ୍ଦ୍ର ଦଣ୍ଡପାଟ, ପ୍ରମୋଦ ପଟ୍ଟନାୟକ, ଲାଲନନ୍ଦ ପ୍ରଧାନ, ହରିଶଙ୍କର ରାଉତ ପ୍ରମୁଖ କନ୍ଧମାଳ ଯୁବକ ମାନଙ୍କର ସମାଜ ତଥା ମାନବିକା ପ୍ରତି ରହିଥିବା ଅବଦାନ ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ଘାସିରାମ ପଣ୍ଡା ଏହି ଅଧିବେସନକୁ ପରିଚାଳନା କରିଥିଲେ । ଶ୍ରୀ ବିଦେଶୀ ନାୟକ କନ୍ଧମାଳର ସାହିତ୍ୟ ଐତିହ୍ୟ ଉପରେ କନ୍ଧମାଳର ସାହିତ୍ୟ: ଏକ ସମୀକ୍ଷା ଉପରେ ଆଲୋକପାତ କରିଥିଲେ ।

ଅଧିବେସନ – ସ୍ମୃତିରେ କନ୍ଧମାଳ । ପ୍ୟାନେଲିଷ୍ଟ – ଅଧ୍ୟାପକ ବିଶ୍ୱରଞ୍ଜନ, ବିପିନ୍ ନାୟକ, ନାରାୟଣ ପ୍ରସାଦ ବେହେରା, ପ୍ରେମାନନ୍ଦ ମହାପାତ୍ର, ଅଖିଳ ବିଶ୍ୱାଳ ପ୍ରମୁଖ କନ୍ଧମାଳର ଇତିହାସ ଏହାର ବିପିନ୍ ତଥା ଅତୀତ ତୃଷ୍ଣା ବିଷୟରେ ଆଲୋଚନା କରିଥିଲେ । ଗିରିଜା ପ୍ରସାଦ ମିଶ୍ର ଏହି ଅଧିବେସନକୁ ପରିଚାଳନା କରିଥିଲେ ।

ଅଧିବେସନ – କନ୍ଧମାଳରେ ତିନିଦଶନ୍ଧିର ବିଜ୍ଞାନ ଚାଷ । ବିଷୟବସ୍ତୁକୁ ଏକ ବୈଜ୍ଞାନିକ କୌଣ ପ୍ରଦାନ କରି ଶ୍ରୀ ବିନୟ ପଟ୍ଟନାୟକ, ଡ଼. ସୁସ୍ମିତା ମହାପାତ୍ର କନ୍ଧମାଳର ବିକଶିତ କୃଷି ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ ।

ଅଧିବେସନ – କନ୍ଧମାଳ ସାହିତ୍ୟର ଭବିଷ୍ୟତ । ପ୍ୟାନେଲିଷ୍ଟ – ବିପିନ୍ ବିହାରୀ ସାହୁ, ସ୍ୱାତି ତନ୍ମୟା ମିଶ୍ର, ଗୁରୁ ପ୍ରସାଦ ସାହୁ, ଦୁଷ୍ମନ୍ତ ମାର୍ଥା, ଯୋଗେଶ୍ୱର ପଣ୍ଡା କନ୍ଧମାଳ ସଂରକ୍ଷିତ ଆଦିବାସୀ ସାହିତ୍ୟ ତଥା ବିକାଶର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ଶ୍ରୀ ରାମକୃଷ୍ଣ ମହାନ୍ତି ଅଧିବେସନକୁ ପରିଚାଳନା କରିଥିଲେ ।

ଅଧିବେସନ – କ୍ୟାମେରାର କ୍ୟାନଭାସରେ କନ୍ଧମାଳ । ଏହି ଅଧିବେସନରେ ଶ୍ରୀ ଯୁଧିଷ୍ଠିର ମହାନ୍ତି ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ ।

ଅଧିବେସନ – ଦମ୍ ଭାଷା ଏବଂ ଲୋକସାହିତ୍ୟ । ଦମ୍ ଭାଷା ଏବଂ ଲୋକସାହିତ୍ୟର ବିବର୍ତ୍ତନ ଏବଂ ବର୍ତ୍ତମାନର ସ୍ଥିତି ଉପରେ ଶ୍ରୀ କ୍ଷେତ୍ରବାସୀ ମାନସେଠ୍ ଗୁରୁତ୍ୱାରୋପ କରିଥିଲେ ।

ଫୁଲବାଣୀ ନଟରାଜ କଳା ମନ୍ଦିର ଏହି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିଲେ ।

ଭର୍ଚ୍ୟୁଆଲ ସଂସ୍କରଣରେ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମ ଏହାର ଶେଷଭାଗ ସହିତ ସରିସମାପ୍ତ ହୋଇଥିଲା । ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମୀରଞ୍ଜନ ପରିଡ଼ା କହିଥିଲେ, “କନ୍ଧମାଳ ସାହିତ୍ୟ ମହୋତ୍ସବ ଚଳିତବର୍ଷ ଏହାର ୫ମସଂସ୍କରଣରେ ଉପନିତ ହୋଇଅଛି । ଏହି ମହୋତ୍ସବ ପାଳନ ତଥା ଆୟୋଜନ କରିବାର ଉଦ୍ଦେଶ୍ୟ ହେଉଛି କନ୍ଧମାଳର ଆଦିବାସୀ ସଂସ୍କୃତି ଏବଂ ସାହିତ୍ୟକୁ ଆଲୋକିତ କରିବା ସହିତ ଏହାର ଗୌରବମୟ ଦୃଶ୍ୟପଟ୍ଟକୁ ସମ୍ମୁଖକୁ ଆଣିବା । ଦେବାଶିଷ ସାମନ୍ତରାୟ, ସୀତାଂଶୁ ମହାପାତ୍ର ଏବଂ ବିଜୟକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଆମର ଏହି ଦଳ ସମ୍ପୂର୍ଣ୍ଣ ଉତ୍ସବକୁ ପରିଚାଳନା ତଥା ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମହାମାରୀ କାରଣରୁ ଆମେ ଏହି ଉତ୍ସବକୁ ଭର୍ଚ୍ୟୁଆଲ ବ୍ୟବସ୍ଥା ମାଧ୍ୟମରେ ପରି·ଳନା କରିଛୁ କିନ୍ତୁ ପରିସ୍ଥିତି ସ୍ଥିର ହେବା ପରେ ଆମେ ଖୁବ୍ ଶୀଘ୍ର ସବୁଜିମା ଭରା କନ୍ଧମାଳର ସେହି ପ୍ରକୃତିର କୋଳରେ ଏହି ଉତ୍ସବକୁ ଧରି ରଖିବୁ ।”

କେ.ଏଲ.ଏଫ. ଦଳର ସଦସ୍ୟ ସୀତାଂଶୁ ମହାପାତ୍ର ଏବଂ ଦେବାଶୀଷ ସାମନ୍ତରାୟ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଦଳ କନ୍ଧମାଳ ଆଦିବାସୀ ସଂସ୍କୃତି ଏବଂ ସାହିତ୍ୟର ବିକାଶ ପାଇଁ ଏକ ଦ୍ୱି-ମାସିକ କାର୍ଯ୍ୟକ୍ରମ ଏବଂ କର୍ମଶାଳାର ଆୟୋଜନ କରିବେ ବୋଲି ଘୋଷଣା କରିଥିଲେ । ଏହି ଦଳ କନ୍ଧମାଳ ସାହିତ୍ୟ ମହୋତ୍ସବ ପତ୍ରିକା ମଧ୍ୟ ଘୋଷଣା କରିଥିଲେ ।

ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ, ଶ୍ରୀମତୀ ଜ୍ୟୋତିର୍ମୟୀ କହଁର ଏବଂ ଶ୍ରୀ ବୀରେନ୍ଦ୍ର କୁମାର ଦାସ ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments
Loading...