fbpx

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ: ପ୍ରଥମ ମ୍ୟାଚ ପାଇଁ କୋହଲିଙ୍କ ଖେଳାଳି ଚୟନ ଉପରେ ସମସ୍ତଙ୍କ ନଜର

ନଟିଂହାମ: ସ୍ଥାନୀୟ ଟ୍ରେଣ୍ଟବ୍ରିଜରେ ବୁଧବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ- ଇଂଲଣ୍ଡ ଟେଷ୍ଟ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଅଧିନାୟକ ବିରାଟ କୋହଲିଙ୍କ ଦଳ ଚୟନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଗତ ଜୁନ ମାସରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶି ଫାଇନାଲ ମ୍ୟାଚ ପାଇଁ କୋହଲିଙ୍କ ଖେଳାଳି ଚୟନ ଫେଲ ମାରିଥିଲା । କାରଣ ସାଉଥମ୍ପଟନ ଠାରେ ଅନୁଷ୍ଠିତ ଏହି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ କେବଳ ପେସ୍‌ ବୋଲରଙ୍କୁ ଲଢ଼େଇ କରିବା ସହିତ ଭାରତକୁ ପରାସ୍ତ କରି ସଫଳ ହୋଇଥିଲା । ମାତ୍ର କୋହଲି ତିନି ପେସ୍‌ ବୋଲର ଓ ଦୁଇଜଣ ସ୍ପିନରଙ୍କୁ ନେଇ ଖେଳିବା ଫଳରେ ସଠିକ ମୁକାବିଲା କରି ପାରିଲେ ନାହିଁ । ଫଳରେ ନ୍ୟୁଜିଲାଣ୍ଡ ପେସ୍‌ ବୋଲର ମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅତି ସହଜରେ କବଜା କରି ନେବା ସଙ୍ଗେସଙ୍ଗେ ଆଠ ୱିକେଟରେ ଜିତାପଟ ମାରିଥିଲା ।

ତେଣୁ ଇଂଲଣ୍ଡ ପିଚ ଓ ପରିବେଶକୁ ଆକଳନ କରି କୋହଲି ପ୍ରଥମ ଟେଷ୍ଟ ସହିତ ପୂରା ସିରିଜ ପାଇଁ କବଜା କରିବା ପାଇଁ ଦଳ ଚୟନ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେଣୁ ଅଧିନାୟକ କୋହଲି ଓ କୋଚ ରବି ଶାସ୍ତ୍ରୀ ଦଳ ଚୟନ ନେଇ ସନ୍ଦେହ ମଧ୍ୟରେ ଅଛନ୍ତି । ଭାରତ ପାଖରେ ଏକାଧିକ ପେସ୍‌ ବୋଲର ଅଛନ୍ତି । ସେହିପରି ରବିଚନ୍ଦ୍ରନ ଅଶ୍ୱିନୀ ଓ ରବିନ୍ଦ୍ର ଜାଡେଜାଙ୍କ ପରି ଅଭିଜ୍ଞ ସ୍ପିନର ଥିବା ବେଳେ କେତେଜଣ ବୋଲରଙ୍କୁ ନେଇ ପ୍ରଥମ ଟେଷ୍ଟ ଖେଳିବେ ସେ ନେଇ କୌଣସି ସଠିକ ନିଷ୍ପତ୍ତି ନେଇ ପାରୁନାହାନ୍ତି । ସେହିପରି ଓପନର ରୋହିତ ଶର୍ମାଙ୍କ ସହିତ ଅନ୍ୟ କେଉଁ ବ୍ୟାଟ୍ସମ୍ୟାନ ଇଂନିସ ଓପନିଂ କରିବେ ତାହା ମଧ୍ୟ ବଡ ସମସ୍ୟା ସୃଷ୍ଟି କରିଛି ।କାରଣ ଯୁବ ଓପନର ଶୁଭମନ ଗିଲ ଆହତ ହୋଇ ଏହି ସିରିଜରୁ ବାଦ ପଡିବା ପରେ ରୋହିତଙ୍କ ପାର୍ଟନର ଖୋଜିବା ପାଇଁ ବିଚାର ବିମର୍ଷ ଚାଲିଛି । ତେବେ ସଠିକ ଦଳ ଚୟନ କରା ନଗଲେ ଭାରତ ବରାବର ବଡ କ୍ଷତିରେ ପଡିବ ।

କାରଣ ଭାରତ ଅପେକ୍ଷା ଇଂଲଣ୍ଡ ପରିବେଶ ସମ୍ପୂର୍ଣ୍ଣ ଅଲଗା । ତେଣୁ ଖେଳାଳି ଚୟନରେ ତ୍ରୁଟି ହେଲେ ଇଂଲଣ୍ଡ ନିଶ୍ଚିତ ଫାଇଦା ଉଠାଇବ । ଗତ ଭାରତ ବିପକ୍ଷ ସିରିଜରେ ଇଂଲଣ୍ଡ ହାରି ଯାଇଥିବାରୁ ଏହି ସିରିଜରେ ଚରମ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଇଂଲଣ୍ଡ ଦଳ ପାଇଁ ବିଭିନ୍ନ ସମସ୍ୟା ରହିଥିଲେ ହେଁ ଏକ ମଜଭୁତ ଦଳ ସହିତ ମଇଦାନକୁ ଓହ୍ଲାଇବା ପାଇଁ ସମ୍ପୂର୍ଣ୍ଣ ଯୋଜନାବଦ୍ଧ । ସେହି ଦୃଷ୍ଟିରୁ ଭାରତ କିରି ଲଢ଼େଇ କରିବ ତାହା ଅପେକ୍ଷାର ବିଷୟ ।

Get real time updates directly on you device, subscribe now.