fbpx

କମିଶନରେଟ୍‌ ପୋଲିସର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ: ଅନୀଲ ମିଶ୍ରଙ୍କୁ କଟକର ଅତିରିକ୍ତ ଡିସିପି ଦାୟିତ୍ବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କମିଶନରେଟ୍‌ ପୋଲିସ ପକ୍ଷରୁ ମଙ୍ଗଳାବର ଏସିପି ଓ ଆଇଆଇସି ସ୍ତରରେ ଅଦଳବଦଳ ହୋଇଛି । ଏନେଇ କମିଶନରେଟ୍‌ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୋନ୍‌ ୫ ର ଏସ୍‌ପି ଅନିଲ କୁମାର ମିଶ୍ରଙ୍କୁ କଟକର ଅତିରିକ୍ତ ଡିସିିପି ଭାବେ ବଦଳି କରାଯାଇଥିବାବେଳେ ସ୍ପେଶାଲ ସ୍କାର୍ଡ ଏସ୍‌ପି ସଞ୍ଜିବ କୁମାର ଶତପଥିଙ୍କୁ ଜୋନ୍‌ ୫ ଏସ୍‌ପି ତାପସ ଚନ୍ଦ୍ର ପ୍ରଧାନଙ୍କୁ କଟକ ଜୋନ୍‌ ୩ ଏସ୍‌ପି, କଟକ ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତଙ୍କୁ କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଫୁଲନଖରା ଏନ୍‌ଏଚ୍‌ ଟ୍ରାଫିକ୍‌ ଥାନା ଆଇଆଇସି ଆକାଶ ରଣାକୁ ବାରଙ୍ଗ ଥାନା ଆଇଆଇସି ସ୍ପେଶାଲ ସ୍ୱାର୍ଡର ଇନ୍ସିପେକ୍ଟର ଜତିନ୍ଦ୍ର କୁମାର ସେଠୀକୁ କଟକ ପୁରୀଘାଟ ଥାନା ଆଇଆଇସି ଭାବେ ବଦଳି କରାଯାଇଛି । ଏହିରି ଭାବେ ୧୦ ଜଣ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.