fbpx

କରୋନା ନେଲା ୬୬ ମୁଣ୍ଡ, ରାଜ୍ୟରେ ଉପରକୁ ଉଠୁଛି ସଂକ୍ରମଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ ରାଜ୍ୟକୁ କରୋନା କବଳିତ କରିସାରିଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ୧୮ ଜଣ, କଟକରୁ ୧୦ ଜଣ, ପୁରୀରୁ ୯ ଜଣ, ମୟୂରଭଞ୍ଜରୁ ୬ ଜଣ, ଅନୁଗୁଳରୁ ୫ ଜଣ, ଯାଜପୁରୁ ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ, ଭଦ୍ରକ, ବଲାଙ୍ଗିର, ନୟାଗଡ଼ରୁ ୨ ଜଣ ଲେଖାଏଁ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.