fbpx

ଲାଲ ଗ୍ରହରେ ମିଳିଲା ବରଫ, ଇନ୍‌ଷ୍ଟାରେ ଫଟୋ ସେୟାକଲା ନାସା

ନୂଆଦିଲ୍ଲୀ: ଆରମ୍ଭରୁ ରହସ୍ୟ ଘେରରେ ରହିଛି ମଙ୍ଗଳ ଗ୍ରହ । ଏଠାରେ ଜନଜୀବନ ସମ୍ଭବନା ନାହିଁ ସେ ନେଇ ଦୀର୍ଘ ବର୍ଷ ହେବ ଅନୁସନ୍ଧାନ ଚାଲିଛି । ଏହାରି ଭିତରେ ଏବେ ଲାଲ ଗ୍ରହରେ ମିଳିଛି ବରଫ । ମଙ୍ଗଳ ଗ୍ରହକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଏଭଳି ଏକ ଫଟୋ ଜାରି କରିଛି ନାସା, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ନାସା ତା’ର ଅଫିସିଆଲ୍‌? ୱେବସାଇଟ୍‌?ରେ ମଙ୍ଗଳ ଗ୍ରହ ଏହି ଫଟୋ ଜାରି କରିଛି । ଅର୍ବିଟର ଦ୍ୱାରା କ୍ୟାପଚର କରାଯାଇଥିବା ଫଟୋରେ ମଙ୍ଗଳ ଗ୍ରହରେ ମାଟି ଉପରେ ବରଫ ପତଳା ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି । ଫଟୋ ସାମ୍ନକୁ ଆସିବେ ସମସ୍ତେ ଚକିତ ହୋଇପଡିଛନ୍ତି।

 

 

View this post on Instagram

 

A post shared by NASA (@nasa)

ଡିଟିଭିର ରିପୋର୍ଟ ମୁତାବକ, କେବଳ ବରଫ ନୁହେଁ ମାଟିରେ ପାଣି ଭଳି ଦେଖା ଯାଉଥିବା କିଛି ଅଂଶ ମଧ୍ୟ ଫଟୋରେ ଦେଖିବାକୁ ମିଳିଛି । ଉକ୍ତ ଫଟୋ ଜରିଆରେ ଅର୍ବିଟର ଲାଲା ଗ୍ରହର ଭିନ୍ନଭିନ୍ନ ବିଶେଷତ୍ୱକୁ ଏବେ ଲୋକଙ୍କ ସାମ୍ନାକୁ ଆଣିଛି । ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ବୈଜ୍ଞାନିକଙ୍କ ଆଶା ଆହୁରି ଦୃଢ଼ିଭୂତ ହୋଇଛି । ଲାଲ ଗ୍ରହରେ ଯଦି ସତରେ ବରଫ ଅଛି ତେବେ ପାଣି ମଧ୍ୟ ଥିବ ବୋଲି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି । ନାସା ଦ୍ୱାରା ସୋଶାଲ ମିଡିଆରେ ଜାରି କରାଯାଇଥିବା ଏହି ପୋଷ୍ଟକୁ ଏଯାଏଁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଅନେକ ୟୁଜର୍ସ ମଙ୍ଗଳ ଗ୍ରହର ବରଫ ପଡିଥିବା ଫଟୋକୁ ଦେଖି ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ ମିଳିଥିଲା । ଏହି ଫଟୋକୁ ମଙ୍ଗଳ ଗ୍ରହର ଉତ୍ତର ମେରୁରୁ ନିଆଯାଇଥିଲା । ଏଭଳି ବାଲିକୁଦ ଗ୍ରହରେ ପ୍ରବଳ ପବନ ବୋହିବାରୁ ତିଆରି ହୋଇଥିଲା । ପ୍ରାୟ ୩୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ନୀଳ ରଙ୍ଗର ବାଲିକୁଦ ଦୃଶ୍ୟମାନ ହୋଇଥିଲା ।

Get real time updates directly on you device, subscribe now.