fbpx

ବିଜେପି-ଆରଏସଏସଙ୍କୁ ‘ଗୁରୁ’ କହିଲ ତ ଏବେ ‘ଗୁରୁ ଦକ୍ଷିଣା’ ଦେବା ଆବଶ୍ୟକ :ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ :ବିଜେପି-ଆରଏସଏସଙ୍କୁ ଗୁରୁ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିବା ପରେ ଏହି ବିବୃତ୍ତିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ। ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ବିଜେପିକୁ ତାଙ୍କର ଗୁରୁ ବୋଲି ଭାବନ୍ତି ତେବେ ସେ ନାଗପୁର ଯିବା ଉଚିତ୍।
ଶର୍ମା କହିଛନ୍ତି ଯେ ମୁଁ ତାଙ୍କୁ (ରାହୁଲ ଗାନ୍ଧୀ) କହିବାକୁ ଚାହୁଁଛି ଯେ ସେ ‘ଭାରତ ମାତା’ର ପତକାକୁ ଗୁରୁ ଭାବରେ ଗ୍ରହଣ କରିବା ଉଚିତ, ଆରଏସଏସ ଏବଂ ବିଜେପିକୁ ନୁହେଁ। ନାଗପୁରରେ ତାଙ୍କୁ ସ୍ୱାଗତ କରାଯାଇଛି, ତାଙ୍କୁ ‘ଭାରତ ମାତା’ ପତାକା ସାମ୍ନାରେ ‘ଗୁରୁ ଦକ୍ଷିଣା ‘ ଦେବା ଉଚିତ୍।

ସୂଚନାମୁତାବକ କଂଗ୍ରେସର ସାଂସଦ ରାହୁଲ ଭାରତ ଯୋଡୋ ଯାତ୍ରାରେ ଶନିବାର ଦିନ ଏକ ପ୍ରେସ କନଫ୍ରେନ୍ସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଆରଏସଏସ ଏବଂ ବିଜେପିକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଏଥିରେ ସେ କହିଥିଲେ ଯେ, ଆରଏସଏସ ଏବଂ ବିଜେପି ହେଉଛନ୍ତି ମୋ ଗୁରୁ । ସେ ସର୍ବଦା ମୁଁ କଣ ନ କରିବା ଉଚିତ ସେ ମୋତେ ଜ୍ଞାନ ଦିଅନ୍ତି ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଆରଏସଏସ ଏବଂ ବିଜେପିଙ୍କୁ ଧନ୍ୟବାଦ ଜଣାଇବି କାରଣ ସେ ଯେତେ ମୋ ଉପରକୁ ଯେତେ ଆକ୍ରମଣ କରିବେ ବାସ୍ତବରେ ମୁଁ ନିଜକୁ ସେତେ ସୁଧାରିବା ପାଇଁ ମୌକା ପାଇବୁ। ମୁଁ ଚାହୁଁଚି ସେ ଆହୁରି ଜୋରରେ ମୋତେ ଆରୋପ କରନ୍ତୁ ଯାହାଦ୍ୱାରା କଂଗ୍ରେସ ପାର୍ଟୀକୁ ନିଜର ବିଚାରାଧାରା ଭଲଭାବେ ବୁଝାପଡ଼ିବ । ସେ ପୁଣି କହିଛନ୍ତି, ମୁଁ  ଆରଏସଏସ ଏବଂ ବିଜେପି କୁ ନିଜ ଗୁରୁ ବୋଲି ଭାବେ । କାରଣ ସେମାନେ ମୋତେ ଲଗାତାର ଭାବେ ମନେପକାଇ ଦିଅନ୍ତି ଯେ, ମୁଁ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ।

ବିରୋଧୀ ଦଳର ନେତା ଆମ ସହିତ ଠିଆ ହୋଇଛନ୍ତି ଏବଂ ଏହା ଆମକୁ ଜଣା ବୋଲି ରାହୁଲ ଗାନ୍ଧୀ ସମ୍ମିଳନୀରେ କହିଥିଲେ ଯାହା ଉପରେ ଏବେ ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.