fbpx

ଆସାମରେ କଂଗ୍ରେସକୁ ଝଟକା: ସାଂସଦ ଅବଦୁଲ ଖାଲିକ ଦଳରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଆସନ୍ତାକାଲି ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏନେଇ ଆସନ୍ତାକାଲି ଅପରାହ୍ଣ ୩ଟା ସମୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ବେଳେ ନେତାମାନେ ଦଳ ଡିଆଁ ପର୍ବ ଆରମ୍ଭ କରିଦେଇଛନ୍ତି ।

ନିକଟରେ କିଛି ନେତା କଂଗ୍ରେସ ଛାଡ଼ିଥିବା ବେଳେ ଏହା ମଧ୍ୟରେ କଂଗ୍ରେସକୁ ଲାଗିଛି ପୁଣି ଏକ ବଡ଼ ଝଟକା । ଆସାମର କଂଗ୍ରେସ ସାଂସଦ ଅବଦୁଲ ଖାଲିକ ଦଳରୁ ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଦେଇଥିବା ଉକ୍ତ ଲିଷ୍ଟରେ ଆସାମର କିଛି ନେତାଙ୍କ ନାମ ରହିଛି । ଅବଦୁଲ ବାରପେଟା ଲୋକସଭା ଆସନରୁ ସାଂସଦ ରହିଥିବା ବେଳେ ଦଳ ତାଙ୍କୁ ଏଥର ଟିକେଟ ପ୍ରଦାନ କରିନାହିଁ । ଏହାକୁ ଅବଦୁଲ ଅସନ୍ତୋଷ ପ୍ରକାଶ କରିବା ସହ ଦଳ ଛାଡ଼ିଥିବା କୁହାଯାଉଛି । ଗତ ୧୨ ତାରିଖରେ କଂଗ୍ରେସ ଆସାମ ପାଇଁ ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା ।

Get real time updates directly on you device, subscribe now.