fbpx

ପୁଣି କାହିଁକି ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିଗ୍ ବି’, ଟୁଇଟ୍ କରି ଲେଖିଲେ ଏପରି କିଛି..

ମୁୁମ୍ବାଇ: ଆଜି ସକାଳେ ପୁଣି ବିଗ୍ ବି ଅମିତାଭ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଛି । ତାଙ୍କ ଗୋଡରେ ଜମି ରହିଥିବା ବ୍ଲଡ କ୍ଲଟ ଯୋଗୁ ଏହି ଆଞ୍ଜିଓପ୍ଲାଷ୍ଟି ହୋଇଛି । ସାଧାରଣତଃ ଆଞ୍ଜିଓପ୍ଲାଷ୍ଟି ହାର୍ଟ ପାଇଁ କରାଯାଇଥାଏ । ଆଞ୍ଜିଓପ୍ଲାଷ୍ଟି ପରେ ବିଗ୍ ବି ଭଗବାନ ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ସବୁଥର ପରି ଏଥର ବି ମୁଁ ଆପଣମାନଙ୍କ ନିକଟରେ ଋଣୀ । ବିଗ୍ ବି’ଙ୍କର ଏହି ଟୁଇଟ୍ ପରେ ଫ୍ୟାନ୍ସମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଓ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଅମିତାଭ ବଚ୍ଚନ ଚଳିତ ବର୍ଷ ଆରମ୍ଭରେ ନିଜ ରିଷ୍ଟ ସର୍ଜରୀ କରାଇଥିଲେ । ସେ ନିଜ ବ୍ଲଗରେ ଏ ବିଷୟରେ ସୂଚନା ଦେଇଥିଲେ । ଏହାସହିତ ସେ ଏକ ସେଟ୍‌ରୁ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ ସହ ରିଷ୍ଟରେ ଲାଗିଥିବା ଆଘାତକୁ ନେଇ ଆଲୋଚନା କରୁଥିଲେ । ଏହି ସମୟରେ ସେ ହାତରେ ବ୍ୟାଣ୍ଡେଜ୍ ପିନ୍ଧିଥିବାର ନଜର ଆସିଥିଲା ।

Get real time updates directly on you device, subscribe now.