ହିନ୍ଦୁ ପୁରୁଷଙ୍କୁ ଵିଵସ୍ତ୍ର କରି “ଇସଲାମ ଜିନ୍ଦାବାଦ” କହିବାକୁ କରାଯାଉଛି ବାଧ୍ୟ, ନହେଲେ ପିଆଯାଉଛି ପରିସ୍ରା
ହିନ୍ଦୁ ପୁରୁଷଙ୍କୁ ଅପହରଣ ପରେ ଵିଵସ୍ତ୍ର କରି ଆକ୍ରମଣ, ତା ସହିତ "ଇସଲାମ ଜିନ୍ଦାବାଦ" କହିବାକୁ କରାଯାଉଛି ବାଧ୍ୟ
ଉତ୍ତରପ୍ରଦେଶ: ହିନ୍ଦୁ ପୁରୁଷଙ୍କୁ ଅପହରଣ ପରେ ଵିଵସ୍ତ୍ର କରି ଆକ୍ରମଣ, ତା ସହିତ “ଇସଲାମ ଜିନ୍ଦାବାଦ” କହିବାକୁ କରାଯାଉଛି ବାଧ୍ୟ। ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଦୁଇଜଣ ହିନ୍ଦୁ ପୁରୁଷଙ୍କ ସହିତ ଘଟିଛି ଏହି ଘଟଣା। ଯାହା ସମ୍ପର୍କରେ ସେମାନେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।
୨୩ ଜୁଲାଇରେ ଘଟିଥିବା ଏହି ଘଟଣାଟି ଚନ୍ଦନ ମୌର୍ଯ୍ୟ ନାମକ ଜଣେ ପୁରୁଷ ରାମଗାଓଁ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଥିଲା।
ଚନ୍ଦନଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କ ସମ୍ପର୍କୀୟ ଭାଇ ମୋହିତ ଏବଂ ସାଙ୍ଗ ଅନୁଙ୍କ ସହିତ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଉଥିଲେ। ସେହି ସମୟରେ ମେହରି ବୈଖା ଗ୍ରାମର ଅନ୍ୟ ଦୁଇଜଣଙ୍କ ସହିତ ଶାହାବୁଦ୍ଦିନ ସେମାନଙ୍କୁ ଅଟକାଇଥିଲେ। ପରେ ଅଂଶ ଏବଂ ଜିଶାନ ନାମକ ଆଉ ଦୁଇଜଣ ବ୍ୟକ୍ତି ଏହି ଦଳରେ ଯୋଗ ଦେଇଥିଲେ।
ସେମାନେ ଚନ୍ଦନ ଏବଂ ମୋହିତଙ୍କୁ ଏକ ଗାଡ଼ିରେ ଜୋରଜବରଦସ୍ତ ବସାଇ ଏକ ଦୂର ସ୍ଥାନକୁ ନେଇ ସେମାନଙ୍କୁ ବସ୍ତ୍ରହୀନ କରି ଲୁହା ରଡରେ ପିଟିଥିଲେ। କେବଳ ସେତିକି ନୁହେଁ, ସେମାନଙ୍କୁ ପରିସ୍ରା ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ।
ସବୁଠାରୁ ବଡ କଥା ଥିଲା, ସେମାନେ ତାଙ୍କୁ ବନ୍ଧୁକ ମୁନରେ ରଖି “ଇସଲାମ ଜିନ୍ଦାବାଦ” କହିବାକୁ ବାଧ୍ୟ ମଧ୍ୟ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିଛି ଏବଂ ତିନି ଜଣ ଅଭିଯୁକ୍ତ – ଶାହାବୁଦ୍ଦିନ, ଅଂଶ ଏବଂ ଜିଶାନଙ୍କୁ ଗିରଫ କରିଛି।