fbpx

କିଣା ସରିଲାଣି ସରକାରୀ ଟାର୍ଗେଠୁ ଅଧିକ ଧାନ

ଭୁବନେଶ୍ୱର, ୧୯ା୨(ଓଡ଼ିଶା ଭାସ୍କର): ଖରିଫ ଋତୁରେ ସରକାରୀ ଟାର୍ଗେଠୁ ଅଧିକ ଧାନ କିଣା ସରିଥିବା ସୂଚନା ମିଳିଛି । ଫେବୃଆରୀ ୧୩ସୁଦ୍ଧା ୪୩ଲକ୍ଷ ଟନ ଏଫଏକ୍ୱି ଧାନ କିଣା ଯାଇଛି । ଚାଷୀଙ୍କ ଟୋକନ ଅବଧି ସରିବା ପରେ ବି ୭ଦିନ ଅବଧି ବଢ଼ାଯାଇଛି । ଅଖା ପାଇଁ ବ୍ୟାଙ୍କ ନୁହେଁ ବରଂ ସମବାୟ ସମିତି ଟଙ୍କା ଦେବ । ବିଧାନସଭାରେ ଏନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆହୁରି ମାସ ଯାଏଁ ଚାଷୀଙ୍କ ଟୋକନ ବ୍ୟବସ୍ଥା ଜାରି ରହିବ । ଟୋକନ ବ୍ୟବସ୍ଥାରେ ୮ଲକ୍ଷ ୧୩ହଜାର ୭୩୬ଚାଷୀ ଯୋଡ଼ି ହୋଇଛନ୍ତି । ଗତବର୍ଷ ୭ଲକ୍ଷ ୭୭ହଜାର ଚାଷୀ ବିନା ଟୋକନରେ ଧାନ ବିକିଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.