fbpx

ଗୃହରେ ପୁଣି ମୋବଇଲ: କଟକଣାକୁ ମନ୍ତ୍ରୀଙ୍କ ଖାତିର ନାହିଁ

ଭୁବନେଶ୍ୱର, ୧୯ା୨(ଓଡ଼ିଶା ଭାସ୍କର): ମୋବାଇଲ ନେଇ ବିଧାନସଭାକୁ ନେତା ଓ ମନ୍ତ୍ରୀଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା । ତଥାପି ମୋବାଇଲ ନେଇ ପ୍ରବେଶ କରୁଛନ୍ତି ନେତା ଓ ମନ୍ତ୍ରୀ । ଆଜି ଗୃହରେ ବିଧାନସଭା ବଜେଟ ଅଧିବେସନ ଚାଲିଥିବା ବେଳେ ମୋବାଇଲ ଘଣ୍ଟି ବାଜିଥିଲା । ଏହାକୁ ନେଇ ବାଚସ୍ପତି ଆପତ୍ତି ଉଠାଇଥିଲେ । ପୁଣି କିଛି ସମୟପରେ ଭାଇବ୍ରେସନ ମୋଡରେ ଥିବା ମୋବାଇଲ ଶବ୍ଦ ଶୁଣିବାକୁ ମିଳିଥିଲା । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରକ୍ତି ପ୍ରକାଶ କରିବା ସହ ଜୈନିକ ବିଧାୟକଙ୍କ ମୋବାଇଲ ନେଇଯିବାକୁ କହିଥିଲେ ।

Get real time updates directly on you device, subscribe now.