ଘୋଷଣା ହେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ୨ ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା । ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ECI ରାଜୀବ କୁମାର । ପ୍ରେସମିଟ୍ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ECI ରାଜୀବ କୁମାର । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଭାରତ ପ୍ରତ୍ୟେକ ନିର୍ବାଚନରେ ଏକ ନୂଆ ଇତିହାସ ସୃଷ୍ଟି କରୁଛି।

“ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ଏବଂ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ। ମହାରାଷ୍ଟ୍ରରେ ୫୨,୭୮୯ଟି ସ୍ଥାନରେ ୧,୦୦,୧୮୬ ମତଦାନ କେନ୍ଦ୍ର, ମୋଟ ଭୋଟର: ୯.୬୩ କୋଟି ଝାଡ଼ଖଣ୍ଡରେ ୮୧ ଟି ଆସନ, ୨.୬ କୋଟି ଭୋଟର, ୧୧.୮ ଲକ୍ଷ ପ୍ରଥମ ଥର ଭୋଟର ଅଛନ୍ତି । ୨୦,୨୮୧ ଟି ସ୍ଥାନରେ ୨୯,୫୬୨ ଟି ମତଦାନ କେନ୍ଦ୍ର । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ମୁଁ ହରିୟାଣା ଏବଂ ଜାମ୍ମୁ କାଶ୍ମୀରର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୨୦ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ଝାଡ଼ଖଣ୍ଡରେ ମୋଟ ଭୋଟର ଙ୍କ ସଂଖ୍ୟା ୨.୬ କୋଟି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧.୨୯ କୋଟି ମହିଳା ଓ ୧.୩୧ କୋଟି ପୁରୁଷ ଭୋଟର ଅଛନ୍ତି । ପ୍ରଥମ ଥର ମତଦାତାଙ୍କ ସଂଖ୍ୟା ୧୧.୮୪ ଲକ୍ଷ। ଝାଡ଼ଖଣ୍ଡରେ ୨୯,୫୬୨ଟି ମତଦାନ କେନ୍ଦ୍ର ରହିବ ।

ଉଭୟ ନିର୍ବାଚନରେ ଦେଖାଯାଇଥିବା ଉତ୍ସାହ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । ନିର୍ବାଚନ ଘୋଷଣା ସମୟରେ ଆମେ ଆମର ଉଦ୍ଦେଶ୍ୟ ସ୍ପଷ୍ଟ କରିଥାଉ। ଲୋକସଭା ନିର୍ବାଚନ ଘୋଷଣା ହେବା ପରେ ଆମେ ଆମ କଥା ସ୍ପଷ୍ଟ କରିଥିଲୁ । ଜମ୍ମୁ-କଶ୍ମୀରରେ ନିର୍ବାଚନ ସମୟରେ କୌଣସି ହିଂସା କାଣ୍ଡ ଘଟିନଥିଲା ।”

Get real time updates directly on you device, subscribe now.