fbpx

ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ, ସେପଟେ କେନ୍ଦ୍ରରେ ଆଜିଠୁ ବଜେଟ ଅଧିବେଶନ

ଓଡିଶା ଭାସ୍କର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଏହା ଆରମ୍ଭ ହେବ । ୨ ଟି ପର୍ଯ୍ୟାୟରେ ଏହା ଚାଲିବ । ସେପ୍ଟେମ୍ବର ୧୩ ତାରିଖରେ ଏହା ଶେଷ ହେବାକୁ ଯାଉଛି । ସେଭିଭଳି ଆସନ୍ତା ୨୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ଏଥର ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ ହେବେ । ବିଧାନସଭାର ମୋଟ ୧୪୭ ଆସନରୁ ବିଜେପିର ୭୮ ଜଣ ବିଧାୟକ, ବିଜେଡିର ୫୧ ଜଣ ଓ କଂଗ୍ରେସର ୧୪ ଜଣ ବିଧାୟକ ରହିଛନ୍ତି । ଦୀର୍ଘ ୨୪ ବର୍ଷର ସରକାର ପରେ ନୂଆ ସରକାର କେମିତି କେମିତି କାର୍ଯ୍ୟ କରିବ, କେଉଁ ସବୁ ସମସ୍ୟା ଉପରେ ଅଧିବେଶନରେ ଆଲୋଚନା ହେବ;ତାହାକୁ ନେଇ ସାଧାରଣ ଜନତା ମଧ୍ୟ ଏଥର ବେଶ୍ ଉତ୍ସାହିତ ଥିବା ଜଣା ପଡିଛନ୍ତି ।

ସେହିଭଳି ଆଜିଠୁ ସଂସଦର ବଜେଟ ଅଧିବେଶନ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଯାହା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୧୬ ଟି କାର୍ଯ୍ୟଦିବସ ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନା କରିବେ । ଆସନ୍ତାକାଲି ୨୦୨୪-୨୦୨୫ ବର୍ଷ ପାଇଁ ଚଳିତବର୍ଷର ସାଧାରଣ ବଜେଟ ଆଗତ ହେବ ।

Get real time updates directly on you device, subscribe now.