fbpx

ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି

ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ୧୦ଟା ୩୦ ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେପଟେ ହଟ୍ଟଗୋଳଓ ହୋହାଲ୍ଲା ମଧ୍ୟରେ ମଧ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ପାରିତ ହୋଇଥିବା ସୂଚନା ମିଳିଛି । ୫୪କୋଟି ୮୭ଲକ୍ଷ ୫୦ହଜାର ଟଙ୍କାର ବଜେଟ ଅନୁମୋଦନ ହୋଇଛି । କିନ୍ତୁ ଆଲୋଚନାରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଅଂଶଗ୍ରହଣ କରିନଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଚାଷୀ ଓ ଧାନ ସଂଗ୍ରହ ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ ତାରାବାହିନୀ ପତି । ଏହାସହ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିଅମ ଆଗରେ ନାରାବାଜି କରିଥିଲେ ।

Get real time updates directly on you device, subscribe now.