fbpx

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହ ୩ଟି MOU ସ୍ୱାକ୍ଷରିତ

ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହ ୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । e-gov ଫାଉଣ୍ଡେସନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସହରାଞ୍ଚଳରେ ଅନଲାଇନରେ ସେବା ପ୍ରଦାନ ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା ମିଳିଛି । ସେହିପରି ଜନାଗ୍ରହ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସହରାଞ୍ଚଳରେ ନିଜସ୍ୱ ଆୟ ବୃଦ୍ଧି ପାଇଁ ବୁଝାମଣା ହୋଇଛି । ଆର୍ଥିକ ପରିଚାଳନା ସୁବ୍ୟବସ୍ଥିତ କରିବାକୁ ବି ଏମଓୟୁ ସ୍ୱାକ୍ଷର ହୋଇଛି । ଐତିହ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ ବିଭାଗର ପ୍ରୋତ୍ସାହନ ପାଇଁ ଏମଓୟୁ ହୋଇଛି । ଭାରତୀୟ ଐତିହ୍ୟ ସହର ନେଟୱର୍କ ଫାଉଣ୍ଡେସନ ସହ ମଧ୍ୟ ବୁଝାମଣା ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.