fbpx

ରାଜଧାନୀରେ ଆସିଷ୍ଟାଣ୍ଟ କମିଶନରଙ୍କ ଆତ୍ମହତ୍ୟା!

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱରରେ ଆଜି କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଆସିଷ୍ଟାଣ୍ଟ କମିଶନରଙ୍କ ନାମ ଅର୍ଜୁନ କୁମାର ଧଳ ବୋଲି ଜଣାପଡିଛି । ବରମୁଣ୍ଡା ସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଅର୍ଜୁନ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି । କିଛି ମାସ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.