fbpx

ବର୍ଷାରେ ଭିଝିବ କି ନୂଆବର୍ଷ!

ଭୁବନେଶ୍ୱର, ୨୯ା୧୨(ଓଡ଼ିଶା ଭାସ୍କର): ନୂଆବର୍ଷରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି । ରାଜ୍ୟ ସାରା ବର୍ତ୍ତମାନ ଶୀତ ଲହରି ଜାରି ରହିଛି । ଏପରିକି କେତେକ ସ୍ଥାନରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । କେନ୍ଦୁଝର ମୁକୁନା, ବାଉରୀପଦା, ତଣ୍ଡୀଯୋଡ଼ାରେ ବରଫର ଆସ୍ତରଣ ଦେଖାଦେଇଛି । କାଞ୍ଜିପାଣି, ବଲାଣୀ, କିରିବୁରୁରେ ଓ ସେହିପରି ସୁନ୍ଦରଗଡ଼ର କୋଇଡ଼ାରେ ବି ପ୍ରବଳ ଶୀତ ସହ ତୁଷାରପାତ ହୋଇଛି । ଦାରିଙ୍ଗବାଡ଼ି ସିମନବାଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି ।

ସେପଟେ ଆଜି ସବୁଠୁ ନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ସହ ଶୀତଳ ସହର ହେଉଛି ସୋନପୁର । ୧୦ଡିଗ୍ରୀ ତଳେ ରାଜ୍ୟର ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ରହିଛି । ଅନୁଗୁଳ ୪.୬, ଫୁଲବାଣୀ ୫, ଦାରିଙ୍ଗବାଡ଼ି ୫.୫ଡିଗ୍ରୀ, ଟିଟଲାଗଡ଼୬.୧, ଭବାନୀପାଟଣା ୬.୫, କେନ୍ଦୁଝର ୬.୬ଡିଗ୍ରୀ, ଝାରସୁଗୁଡ଼ା ୭.୩, ସମ୍ବଲପୁର ୬.୪ ଡିଗ୍ରୀ, ବଲାଙ୍ଗିର ୮, ବାଲେଶ୍ୱର ୮.୬, କଟକ ୮.୮, ସୁନ୍ଦରଗଡ଼ ଓ ବାରିପଦା ୯, କୋରାପୁଟ୯.୬ ଡିଗ୍ରୀ ସେଲସିୟସ ରହିଛି ।

Get real time updates directly on you device, subscribe now.