fbpx

ବିଶାଳ ଗ୍ରହାଣୁ ପୃଥିବୀର ନିକଟତର ହେବା ନେଇ ଏପରି କହିଲା ନାସା

ଭୁବନେଶ୍ୱର, ୨୯ା୪(ଓଡ଼ିଶା ଭାସ୍କର): ଆଉ କିଛି ସମୟ ପରେ ପୃଥିବୀର ନିକଟତର ହେବ ବିଶାଳ ଗ୍ରହାଣୁ । ପୃଥିବୀ ପାଇଁ ଏହି ଗ୍ରହାଣୁ କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ଆମେରିକୀୟ ଗବେଷଣା ସଂସ୍ଥା ନାସା ପକ୍ଷରୁ ସୂଚନା ମିଳିଛି । ଭାରତୀୟ ସମୟ ଅପରାହ୍ନ ୩ଟା ୨୬ରେ ପୃଥିବୀର ନିକଟତର ହେବ ଏହି ବିଶାଳ ଗ୍ରହାଣୁ । ଏହାସହ ପୃଥିବୀଠାରୁ ୬୦ଲକ୍ଷ କିଲୋମିଟର ଦୂରରେ ଗତି କରିବ ଏହି ଶିଳାଖଣ୍ଡ । ଏହାର ନାମ ରଖାଯାଇଛି ୧୯୯୮ ଓଆର ୦୨ । ଏହାର ଚଉଡ଼ା ୧୮ଶହ ମିଟର ଓ ଲମ୍ବ ୪କିଲୋମିଟର । ବିଶାଳ ଗ୍ରହାଣୁର ବେଗ ଘଣ୍ଟାପ୍ରତି ୩୧ହଜାର ୩୨୦କିମି ରହିଛି ।

Get real time updates directly on you device, subscribe now.