ବିଳମ୍ବିତ ବିବାହକୁ ନେଇ ଚିନ୍ତିତ କି? କରନ୍ତୁ ଏହି ସବୁ ଉପାୟ… ବାହାଘରରେ ଆସୁଥିବା ବିଘ୍ନ ହେବ ଦୂର

(ଓଡିଶା ଭାସ୍କର ): ଆରମ୍ଭ ହୋଇଗଲାଣି ବାହାଘର ତିଥି । କିନ୍ତୁ ଏମିତି କେତେଜଣ ଅଛନ୍ତି, ଯେଉଁମାନଙ୍କ ବିବାହ ବୟସ ଅତିକ୍ରମ କରିସାରିଲାଣି ହେଲେ ବିବାହ ଯୋଗ ଆସୁନାହିଁ । ଠିକ୍ ବୟସରେ ଉତ୍ତମ ବର ଓ କନିଆଁ ମିଳିବା ସୌଭାଗ୍ୟର କଥା । ଏମିତି ଅନେକ ଜଣ ଅଛନ୍ତି ଯାହାଙ୍କ ବିବାହ ବୟସ ହେବା ପରେ ମଧ୍ୟ ତାଙ୍କୁ ଉପଯୁକ୍ତ ବର କିମ୍ବା କନିଆଁ ମିଳିପାରୁ ନାହିଁ । ଯେଉଁ କାରଣରୁ ସେମାନଙ୍କ ବାପା , ମା’ ପରିବାର ଲୋକେ ସବୁ ଚିନ୍ତାରେ ପଡ଼ିଯାଉଛନ୍ତି । ଏ ପ୍ରକାର ଅସୁବିଧାକୁ ଜାଣି ତା’ର ଠିକ୍ ସମାଧାନର ବାଟ ବାହାର କରିପାରିଲେ, ପୀଡ଼ା ଭୋଗୁଥିବା ବ୍ୟକ୍ତିମାନେ ଲାଭବାନ ହୋଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର କାରଣ ଓ ପ୍ରତିକାର…

ବିଶେଷ କରି ଜାତକରେ ଗ୍ରହମାନଙ୍କ ସ୍ଥିତି ଅଶୁଭ ରହିଲେ ଏଭଳି ଅସୁବିଧା ଦେଖିବାକୁ ମିଳେ । କିନ୍ତୁ ଏ ସମସ୍ୟାର ସମାଧାନ ଅଛି । ଜାତକରେ ଚନ୍ଦ୍ରମା, ଗୁରୁ ଓ ଶୁକ୍ର ସ୍ଥିତି ଦୁର୍ବଳ ହେବା କାରଣରୁ କିମ୍ବା ମଙ୍ଗଳ ଦୋଷ ଅବା ଗ୍ରହଣ ଯୋଗ ଥିଲେ ଏ ଭଳି ସମସ୍ୟା ଦେଖିବାକୁ ମିଳେ । ଏହାଛଡ଼ା ଜାତକର ଅଷ୍ଟମ କିମ୍ବା ଦ୍ୱିତୀୟ ଭାଗରେ ପାପ ଗ୍ରାହମାନଙ୍କ ଅବସ୍ଥିତି ଯୋଗୁ ବାହାଘରରେ ବାଧା ଉପୁଜିଥାଏ ।

ଜାତକାରେ ଯଦି ଶନି ଗ୍ରହଙ୍କ କାରଣରୁ ବିବାହରେ ଅସୁବିଧା ଆସେ । ତେବେ ପ୍ରତି ଶନିବାର ଓସ୍ତ ଗଛରେ ଜଳ ଦେଲେ ଏ ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ । ଏଥିସହ ଦଶସ୍ତ କୃତ ଶନି ସ୍ତୋତ୍ର ପାଠ କରିବା ଦ୍ୱାରା ମଧ୍ୟ ଭଲ ଫଳମିଳିବ । ଶୀଘ୍ର ବିବାହ ହେବାକୁ ଚାହୁଁଥିଲେ, ଷ୍ଟଫିକ ଯନ୍ତ୍ରକୁ ଗଙ୍ଗା ଜଳରେ ଧୋଇ ଓମ୍ ଶୁକ୍ର ଶୁକ୍ରାୟ ନମଃ ମନ୍ତ୍ରକୁ ଜପ କରନ୍ତୁ । ଏହି ଉପାୟକୁ ୧୬ ଶୁକ୍ରବାର ପର୍ଯ୍ୟନ୍ତ କରିବା ଦ୍ୱାରା ଶୁଭ ଫଳ ମିଳେ । ଗୁରୁ ଗ୍ରହ ଯଦି ବାହାଘରରେ ବିଳମ୍ବ ଘଟାନ୍ତି ତେବେ ଗୁରୁବାର ଓଷା କରିବା ଭଲ ହୋଇଥାଏ । ମଙ୍ଗଳ ବିବାହରେ ବିଘ୍ନ କରୁଥିଲେ, ପ୍ରତି ମଙ୍ଗଳବାର ହନୁମାନ ମନ୍ଦିର ଯାଇ ସେଠାରେ ଠାକୁରଙ୍କୁ ବୁନ୍ଦି ଲଡୁ, ମିଠା ପାନ ଅର୍ପଣ କରନ୍ତୁ । ଏହାଛଡ଼ା ଗାଈକୁ ପ୍ରତିଦିନ ଗୁଡ଼ ଏବଂ ରୁଟି ଖାଇବାକୁ ଦିଅନ୍ତୁ । ଏପରି ଭାବେ ୨୧ ମଙ୍ଗଳବାର ପାଳନ କରିବା ଶୁଭଙ୍କର ହୋଇଥାଏ । ସେହିପରି ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ତମ୍ବା ପାତ୍ରରେ ଜଳଦାନ କଲେ ସୂର୍ଯ୍ୟ ଓ ଚନ୍ଦ୍ର କାରକ ଅସୁବିଧା ଦୂର ହୋଇଥାଏ । ପ୍ରତି ସୋମବାର ଓମ୍ ନମଃ ଶିବାୟ ଜାପ କରି ଶିବଲିଙ୍ଗରେ କ୍ଷୀର ଚଢ଼େଇବା ଦ୍ୱାରା ଚନ୍ଦ୍ର ରିଷ୍ଟ ଖଣ୍ଡନ ହୋଇଥାଏ ।