CHARIDHAM

ଚାକିରି ଏବଂ Promotion ଦେବ ରବିବାରର ଏହି 5ଟି ଉପାୟ, ଆର୍ଥିକ ସମସ୍ୟା ବି ଦୂରେଇ ଯିବ

ରବିବାରର କିଛି ଉପାୟ ଅବଲମ୍ବନ କରି, ନିଜର ସମସ୍ତ ଅସୁବିଧା କରନ୍ତୁ ଦୂର

ନୂଆଦିଲ୍ଲୀ: ବୈଦିକ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା ଏବଂ କ୍ୟାରିୟରର ସ୍ୱାମୀ କୁହାଯାଇଥାଏ। ଅଥର୍ବବେଦରେ ସୂର୍ଯ୍ୟଙ୍କୁ ଜୀବନର ଶକ୍ତି ଏବଂ ସମୃଦ୍ଧି ବୋଲି କୁହାଯାଇଛି।

ପଦ୍ମ ପୂରାଣରେ ସୂର୍ଯ୍ୟଙ୍କ ପୂଜାକୁ ମାନ-ସମ୍ମାନ ଏବଂ ଚାକିରିରେ ଉନ୍ନତି ପାଇବାର ସରଳ ଉପାୟ କୁହାଯାଇଛି। ସ୍କନ୍ଦ ପୂରାଣରେ କୁହାଯାଇଛି ଯେ, ସୂର୍ଯ୍ୟଙ୍କ କୃପାରେ ବ୍ୟକ୍ତିଙ୍କୁ ନେତୃତ୍ୱ କ୍ଷମତା ଏବଂ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।

ତେବେ ଆସନ୍ତୁ ଜାଣିବା ରବିବାରର କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କୁ ଚାକିରି ଏବଂ ପ୍ରମୋଶନ ଦିନରେ ଅଧିକ ସାହାଯ୍ୟ କରିବ..

-ଏକ ତମ୍ବା ଲୋଟାରେ ଶୁଦ୍ଧ ଜଳରେ ଚନ୍ଦନ, ନାଲି ଫୁଲ ଏବଂ ଗୁଡ଼ ମିଶାଇ ସୂର୍ଯ୍ୟଙ୍କୁ ଅନାଇ ଓଁ ସୂର୍ଯ୍ୟାୟ ନମ୍‌ଃ ମନ୍ତ୍ର ୧୧ ଥର ଜପ କରନ୍ତୁ ଏବଂ ଜଳକୁ ଅର୍ପଣ କରନ୍ତୁ। ଏହା ଚାକିରିରେ ବାଧା ବିଘ୍ନକୁ ଦୂର କରିବାରେ ସାହାଯ୍ୟ କରିଥାଏ।

-ରବିବାର ଦିନ ସକାଳୁ ସ୍ନାନ କରି ସୂର୍ଯ୍ୟଙ୍କ ଦିଗରେ ବସି ରାମଚରିତମାନଓରେ ଆଦିତ୍ୟ ହୃଦୟ ମନ୍ତ୍ରର ପାଠ କରନ୍ତୁ। ଏହି ଉପାୟ କ୍ୟାରିୟରରେ ସଫଳତା ଏବଂ ବରିଷ୍ଠ ମାନଙ୍କ ସହଯୋଗ ମିଳିବ। ଏହାକୁ ୩ ଥର ପାଠ କରନ୍ତୁ।

-ରବିବାର ଦିନ ସୂର୍ଯ୍ୟଦୋୟ ସମୟରେ ଓଁ ହ୍ରିଂ ସୂର୍ଯ୍ୟାୟ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ଏହି ମନ୍ତ୍ର ସୂର୍ଯ୍ୟ ଗ୍ରହକୁ ମଜବୁତ କରିଥାଏ ଏବଂ କାର୍ଯ୍ୟସ୍ଥଳରେ ମାନ-ସମ୍ମାନ ବୃଦ୍ଧି କରିଥାଏ।

-ରବିବାର ଦିନ ଗରିବ ଏବଂ ବ୍ରାହ୍ମଣମାନଙ୍କୁ ଗୁଡ଼, ଗହମ ଏବଂ ନାଲି ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଏହା କରିବା ଦ୍ୱାରା ସୂର୍ଯ୍ୟଙ୍କ କୃପାରେ ଚାକିରୀରେ ସ୍ଥିରତା ଏବଂ ପ୍ରମୋଶନ ମିଳିଥାଏ।

-ରବିବାର ଦିନ ସୂର୍ଯ୍ୟ ଯନ୍ତ୍ରକୁ ନାଲି କପଡାରେ ରଖନ୍ତୁ ଏହା ଉପରେ ଚନ୍ଦନ ଏବଂ ଲାଲ ଫୁଲ ଚଢାନ୍ତୁ। ଓଁ ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ରର ୨୧ ଥର ଜପ କରନ୍ତୁ। ଏହି ଉପାୟ ଚାକିରିରେ ବାଧା ବିଘ୍ନକୁ ଦୂର କରିଥାଏ ଏବଂ ସିନିୟର୍ସଙ୍କ ସପୋର୍ଟ ଦେଇଥାଏ।