fbpx

କଳିଯୁଗରେ ପାପ ବଢାଇବା ପାଇଁ ଆସିଗଲା ‘ଅସୁର’: ଅର୍ଶଦ ଏବଂ ବରୁଣ ଜିତିଲେ ହୃଦୟ

ନୂଆଦିଲ୍ଲୀ: ଲୋକପ୍ରିୟ ୱେବସିରିଜ ‘ଅସୁର’ର ଦ୍ୱିତୀୟ ସିଜିନ୍ରୁ ରିଲିଜ ହୋଇଛି। ୨୦୨୦ରେ ରିଲିଜ ହୋଇଥିବା କ୍ରାଇମ-ଥ୍ରୀଲର ସିରିଜ ଅସୁର’। ଏହି ସିରିଜ ସମସ୍ତଙ୍କ ମୁହଁରୁ ପ୍ରଶଂସା ସାଉଁଟିଥିଲା। ଏଥିରେ ଅର୍ଶଦ ୱାରସି ଏବଂ ବରୁଣ ସୋବତିଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ। ଅନେକ ଅପେକ୍ଷାର ଅଂଟା ଘଟାଇ ବର୍ତ୍ତମାନ ଏହି ୱେବସିରିଜ ର ଦ୍ୱିତୀୟ ସିଜିନ୍ ରିଲିଜ ହୋଇଛି। ପ୍ରଥମ ସିଜିନ୍ରୁ ପରି ଦ୍ୱିତୀୟ ସିଜିନରେ ମଧ୍ୟ ଏହା ସମସ୍ତଙ୍କ ମନକୁ ଛୁଇଁଛି।

୧ଜୁନରୁ ଏହାର ଦ୍ୱିତୀୟ ସିଜନ ଜିଓ ସିନେମାରେ ରିଲିଜ ହୋଇସାରିଛି। ‘ଅସୁର ୨’ ପାର୍ଟର ଆରମ୍ଭ ସେଠାରୁ ହିଁ ଆରମ୍ଭ ହୋଇଛି, ଯେଉଁ ଠାରେ ତାହାର ପ୍ରଥମ ସିଜନଟି ଶେଷ ହୋଇଥିଲା । ପ୍ରଥମ ସିଜନର ଶେଷରେ ଆମେ ଦେଖିଥିଲେ ଯେ ଛୋଟ ବୟସରେ ସିରିୟଲ କିଲର ଶୁଭ ଜୋସି ଜେଲ ଚାଲିଯାଉଛନ୍ତି। କିନ୍ତୁ ଏହାପରେ ମଧ୍ୟ ତାଙ୍କ ଭିତରେ ଥିବା ରାକ୍ଷାସ ମରିନାହିଁ ,ବରଂ ସେ ଆଗରୁ ମଧ୍ୟ ଅଧିକା ଭୟାନକ ହୋଇଗଲାଣି, ଏବେ ସେ ନୂଆ ନୂଆ ଉପାୟରେ ଲୋକ ମାନଙ୍କର ଜୀବନ ନେଉଛି।

କଳିଯୁଗରେ ନୀରିହ ଲୋକଙ୍କୁ ହତ୍ୟା କରି ଏହି ମାଟିରେ ପାପ ବଢେଇବାକୁ ଚାହୁଁଛିା ସେ ଏକ ନୂତନ ଉପାୟରେ ଲୋକଙ୍କ ଜିବନ ନେଇ ଅପରାଧକୁ ବଢ଼ିବାରେ ଲାଗିଛି। ଏବେ ଦ୍ୱିତୀୟ ସିଜିନରେ ଦେଖିବାକୁ ମିଳିବ ଯେ କଳିଯୁଗରେ ହେଉଥିବା ହତ୍ୟାକୁ ଅଟକାଇବାରେ ପୋଲିସ(ନିଖିଳ ଏବଂ ଧନଞ୍ଜୟ) ସଫଳ ହେବେ କି ନାହିଁ?

 

Get real time updates directly on you device, subscribe now.