fbpx

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି ଓଡ଼ିଶା, ସାଢ଼େ ୧୧ଟାରେ ତାପମାତ୍ରା ୩୯ ଡିଗ୍ରୀ ପାର

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଲୋକମାନେ ଟହଳବିକଳ ହେଉଛନ୍ତି । ଦିନ ସାଢ଼େ ୧୧ଟାରେ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ ହୋଇଛି । ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦରେ ୩୯.୨, ଚାନ୍ଦବାଲି ୩୭ ଓ କେନ୍ଦୁଝର ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ବର ୩୫.୬, ପୁରୀରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୩.୮, ପାରାଦୀପରେ ୩୩.୪ ଡିଗ୍ରୀ ରେକର୍ଡ ହୋଇଛି ।

ତେବେ ସକାଳ ୮ ଟାରୁ ଖରାର ଉତ୍ତାପ ଆରମ୍ଭ ହୋଇଛି । ହାତଗୋଡ଼ ଜଳିଲା ଭଳି ଲାଗୁଛି । ସେହିଭଳି ଆଦ୍ରତା ୭୫ ପ୍ରତିଶତ ରହିଛି । ଆଦ୍ରତା ଯୋଗୁ ପ୍ରବଳ ଗୁଳୁଗୁଳି ଅନୁଭତ ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶର କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

Get real time updates directly on you device, subscribe now.