fbpx

ଥାଇଲ୍ୟାଣ୍ଡ: ଚାଇଲ୍ଡ କେୟାର ସେଣ୍ଟରରେ ଗୁଳିମାଡ଼ ୩୨ ମୃତ, ହତ୍ୟାକାରୀ ଫେରାର୍

ନୂଆଦିଲ୍ଲୀ: ଥାଇଲାଣ୍ଡର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳି ବିନିମୟରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଗୁଳିକାଣ୍ଡ ଏପରି ଥିଲା ଯେ, ସେ ସମୟରେ ଲୋକେ ଶିହରି ଉଠିଥିଲେ ଏବଂ ଜୀବନ ବଞ୍ଚାଇବାକୁ ସମସ୍ତେ ସୁରକ୍ଷିତ ସ୍ଥାନକୁ ଦଉଡ଼ିବାରେ ଲାଗିଥିଲେ। ଏହି ଖବରର ବିଷୟରେ ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୀଡିତାଙ୍କ ମଧ୍ୟରେ ଉଭୟ ଶିଶୁ ଏବଂ ବୟସ୍କ ମଧ୍ୟ ଅଛନ୍ତି ବୋଲି ପୋଲିସ ଏକ ବିବୃତ୍ତିରେ କହିଛି। ତେବେ ବନ୍ଧୁକଧାରୀ ଜଣେ ପୂର୍ବତନ ପୋଲିସ ଅଧିକାରୀ ବୋଲି ଜଣାପଡିଛି। ଅପରାଧୀଙ୍କୁ ଧରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ଏଜେନ୍ସିକୁ ସତର୍କ କରାଇଛନ୍ତି ବୋଲି ସରକାରୀ ମୁଖପାତ୍ର କହିଛନ୍ତି। ଅନ୍ୟ କେତେକ ଦେଶ ତୁଳନାରେ ଥାଇଲ୍ୟାଣ୍ଡରେ ବନ୍ଧୁକ ମାଲିକାନା ହାର ଅଧିକ କିନ୍ତୁ ସରକାରୀ ସଂଖ୍ୟାରେ ବହୁ ସଂଖ୍ୟାରେ ବେଆଇନ ଅସ୍ତ୍ର ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଯାହା ମଧ୍ୟରୁ ଅନେକ ବର୍ଷ ଧରି ବିବାଦୀୟ ପଡ଼ୋଶୀ ଦେଶମାନଙ୍କ ସୀମା ଦେଇ ଅଣାଯାଇଥିବା ସୂଚନା ରହିଛି।

Get real time updates directly on you device, subscribe now.