fbpx
BJD SKY
BJD SKY

ଆଳୁ ସିଝା ଗରମ ପାଣିରେ ପଡି ୭ ମାସ ଶିଶୁର ମୃତ୍ୟୁ, ବିବାହ ଉତ୍ସବରେ ଅଘଟଣ

BJD

ବିକାନେର:ବିକାନେର ଗଜନେର ଥାନା ଅଞ୍ଚଳରେ ଏକ ବିବାହ ସମାରୋହରେ ଆଳୁ ସିଝାଇ ରଖାଯାଇଥିବା ଗରମ ପାଣିରେ ପଡି ମୃତ୍ୟୁ ହୋଇଛି । ଏହା ବ୍ୟତିତ ଶିଶୁକୁ କୋଳରେ ଧରିଥିବା ତାହାର ସଂପର୍କୀୟ ବାଳିକା ବି ଗରମ ପାଣିରେ ପଡି ପୋଡି ହୋଇ ଗୁରୁତର ହୋଇଛନ୍ତି । ଏହାପରେ ଘଟଣାସ୍ଥଳରେ ହାହାକାର ଖେଳିଯାଇଥିଲା । ପୋଲିସ ଶିଶୁର ମୃତଦେହ ପରିଜନଙ୍କୁ ସମର୍ପି ଦେଇଛି ।

ଗଜନେର ଥାନା ପୋଲିସ ଅନୁସାରେ ଏହି ଦୁଃଖଦ ଘଟଣା ଅଞ୍ଚଳର ଅଗନେଉ ଗ୍ରାମରେ ଗତ କାଲି ଘଟିଛି । ସେଠାରେ ରାମଦେବଙ୍କ ଘରେ ବିବାହ ଆୟୋଜିତ ହେଉଥିଲା । ଏହି ଉତ୍ସବରେ ବିଞ୍ଝରବାଲି ଗ୍ରାମର ଗୌରୀ ଶଙ୍କର ନାଇଙ୍କ ୭ ମାସର କନ୍ୟା ତନୁଜା ନିଜ ମା’ଙ୍କ ସହ ସାମିଲ ହୋଇଥିଲା । ଏମାନେ ବିବାହରେ ମାୟରା ଧରି ଆସିଥିଲେ । ବିବାହ ସମାରୋହରେ ସେମାନଙ୍କ ସଂପର୍କୀୟା ଜଣେ ୮ ବର୍ଷର ବାଳିକା ଅଙ୍କିତା ତନୁଜାଙ୍କୁ କୋଳରେ ଧରି ଯାଉଥିଲା ।

ଏହି ସମୟରେ ସେଠାରେ ଗୋଟିଏ ସ୍ଥାନରେ ରୋଷେୟାମାନେ ଭୋଜନ ପ୍ରସ୍ତୁୁତ କରୁଥିଲେ । ସେମାନେ ରୋଷେଇ ଲାଗି ଆଳୁ ସିଝାଇବା ପରେ ଗରମ ପାଣି ପାତ୍ରକୁ ପାଖରେ ରଖିଦେଇଥିଲେ । ଅଙ୍କିତା ଶିଶୁକୁ ଧରି ସେହି ବାଟ ଦେଇ ଯିବା ସମୟରେ ତା’ର ଗୋଡ ଖସି ଯାଇଥିଲା ଓ ସେ ତଳେ ପଡି ଯାଇଥିଲା । ଏହି ସମୟରେ ଶିଶୁଟି ତାର ହାତରୁ ଛିଡିକି ଗରମ ପାଣି ପାତ୍ରରେ ପଡିଯାଇଥିଲା । ଏହା ଦେଖି ସେଠାରେ ଲୋକମାନେ ତୁରନ୍ତୁ ୨ ଜଣଙ୍କୁ ହସ୍ପିଟାଲ ନେଇଥିଲେ କିନ୍ତୁ ୮୦% ପୋଡି ଯାଇଥିବାରୁ ତନୁଜାର ସେଠାରେ ମୃତ୍ୟୁ ଘଟିଥିଲା ଓ ଅଙ୍କିତା ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି ।

Get real time updates directly on you device, subscribe now.