fbpx

ଏହି ଦେଶର ଲୋକେ Social Mediaରେ ବେଶି ଆକ୍ଟିଭ୍‌, ଜାଣନ୍ତୁ କେତେ ସଂଖ୍ୟାରେ ରହିଛି ଭାରତ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ହାତ ମୁଠାରେ ସାରା ଦେଶ । ଗୋଟିଏ କ୍ଲିକରେ ଘରେ ବସି ଅନେକ କାମ ସହଜରେ ହୋଇଯାଉଛି । କେବଳ ଯୁବପିଢ଼ି ନୁହନ୍ତି ବରଂ ବୟସ୍କମାନେ ମଧ୍ୟ ସୋସିଆଲ ମିଡ଼ିଆ ଜାଲରୁ ବର୍ତ୍ତି ପାରି ନାହାଁନ୍ତି । ହ୍ୱାଟ୍ସଆପ୍‌, ଫେସବୁକ୍‌, ଇନଷ୍ଟାଗ୍ରାମ, ଏକ୍ସ, ଲିଙ୍କଡ୍ ଇନ୍ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରି ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଲୋକମାନେ ଅନେକ ଫଟୋ, ଭିଡ଼ିଓ ଶେୟାର କରିଥାନ୍ତି । ଭିନ୍ନ ଭିନ୍ନ ସହର, ଦେଶରେ ଥିବା ସାଙ୍ଗସାଥି, ବନ୍ଧୁବାନ୍ଧବ ଏବଂ ପରିବାରବର୍ଗ, ଅଫିସ୍ କଲିଗ୍‌, ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପର ସହ ଜଡ଼ିତ ଥାନ୍ତି । ତେବେ ଆପଣମାନେ କଣ ଜାଣିଛନ୍ତି କେଉଁ ଦେଶର ଲୋକମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ?

ଦିନକୁ ଦିନ ସୋସିଆଲ ମିଡିଆର କ୍ରେଜ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଜୀବନଶୈଳୀକୁ ଏହା ପ୍ରଭାବିତ କରୁଛି । IIM Rohtak ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ପ୍ରକାଶ ଯେ ସୋସିଆଲ ମିଡିଆରେ ପୁରୁଷଙ୍କ ହାରାହାରି ସ୍କ୍ରିନ୍ ଟାଇମ୍ ୬ ଘଣ୍ଟା ୪୫ ମିନିଟ । ସେହିପରି ବଳେ ମହିଳାଙ୍କ ହାରାହାରି ସ୍କ୍ରିନ୍ ଟାଇମ୍ ୭ ଘଣ୍ଟା ୫ ମିନିଟ । ଅପରପକ୍ଷରେ ପ୍ରାୟ ୬୦.୬୬ ପ୍ରତିଶତ ଯୁବବର୍ଗ ସୋସିଆଲ ମିଡିଆରେ ସମୟ ବିତାଇଥାନ୍ତି । ତେବେ World of Statistics ରିପୋର୍ଟ ଅନୁଯାୟୀ ଫିଲିପାଇନ୍ସ ଦେଶର ଲୋକମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ଥିବା ଜଣାପଡ଼ିଛି । ଫିଲିପାଇନ୍ସବାସୀ ସୋସିଆଲ ମିଡିଆରେ ହାରାହାରି ୪ ଘଣ୍ଟା ୬ ମିନିଟ ବିତାଇଥାନ୍ତି । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହି ତାଲିକାରେ ଭାରତର ସଂଖ୍ୟାରେ ରହିଛି ? କହିରଖୁଛୁ ସୋସିଆଲ ମିଡିଆରେ ଭାରତୀୟମାନେ ହାରାହାରି ୨ ଘଣ୍ଟା ୩୬ ମିନିଟ ସମୟ ବିତାଇଥାନ୍ତି । ଏଥିସହ ଭାରତ ତାଲିକାରେ ୧୪ତମ ସ୍ଥାନରେ ରହିଛି ।

Get real time updates directly on you device, subscribe now.