fbpx
BJD SKY
BJD SKY

(video)ଆଜି ନାମାଙ୍କନ ଦାଖଲ କରିବେ ରାହୁଲ, ଏବେ ପ୍ରିୟଙ୍କାଙ୍କ ସହ କରୁଛନ୍ତି ରୋଡ୍ ଶୋ’

BJD

ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ନାମାଙ୍କନ ଦାଖଲ କରିବା ପୂର୍ବରୁ ୱେୟନାଡରେ ରୋଡ୍ ଶୋ’ କରୁଛନ୍ତି । ରାହୁଲଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଓ ବହୁ ବରିଷ୍ଠ କଂଗ୍ରେସ ନେତା ଏହି ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି । ସେ ଏହି ରୋଡ୍ ଶୋ’ର ଆରମ୍ଭ କଲପେଟ୍ଟାରୁ କରିଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମହାସଚିବ କେ.ସି. ବେଣୁଗୋପାଳ ଏବଂ ଦୀପା ଦାସ , ଏଆଇସିସି ଛାତ୍ର ଶାଖା ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଗଠନର ପ୍ରଭାରୀ କହ୍ନୈୟା କୁମାର, ରାଜ୍ୟ ବିଧାନସଭାରେ ବିରୋଧୀ ନେତା କେ.ଭି.ଡି.ସତୀଶନ ଏବଂ କେପିସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମଏସ୍ ହସନ ମଧ୍ୟ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି ।

ଦଳ ପକ୍ଷରୁ କୁହାଯାଇଛି କି ଦ୍ୱିପ୍ରହର ସମୟରେ ଏହି ରୋଡ୍ ଶୋ’ ସିଭିଲ୍ ଷ୍ଟେସନ ନିକଟରେ ସମାପ୍ତ ହୋଇଯିବ ଓ ଏହାପରେ ରାହୁଲ ନିଜର ନାମାଙ୍କନ ପତ୍ର ଜିଲ୍ଲା ଅଧିକାରୀଙ୍କୁ ପ୍ରଦାନ କରିବେ । ରାହୁଲ ୨୦୧୯ ନିର୍ବାଚନରେ ଏଠାରେ ୧୦,୯୨,୧୯୭ ଭୋଟ ମଧ୍ୟରୁ ୭,୦୬, ୩୬୭ ଭୋଟ ପାଇ ବିଜୟୀ ହୋଇଥିଲେ । କେରଳରେ ଏଥର ଲୋକସଭା ନିର୍ବାଚନ ପାଇଁ ମତଦାନ ୨୬ ଏପ୍ରିଲରେ ହେବ ।

Get real time updates directly on you device, subscribe now.