fbpx

ଟୋକିଓ ଅଲିମ୍ପିକ ୨୦୨୦ : ଭବାନୀ ଦେବୀଙ୍କ ଅଭିଯାନ ଶେଷ, ନିରାଶ କଲେ ସୁଟର, ଜାଣନ୍ତୁ କେଉଁ ଇଭେଣ୍ଟରେ ଜିତିଲା ଭାରତ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତ ପାଇଁ ମିଶ୍ରିତ ରହିଛି। ଦିଗଜ ବକ୍ସର ଏମସି ମେରିକମ, ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଓ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ନିଜ ନିଜ ମୁକାବିଲା ଜିତିଥିବା ବେଳେ ଅନ୍ୟପଟେ ଭାରତୀୟ ସୁଟର ନିରାଶ କରିଛନ୍ତି। ଅନ୍ୟପଟେ ପୁରୁଷ ହକିରେ ଅଷ୍ଟ୍ରେଲିଆ ଦଳ ଭାରତକୁ ୭-୧ରେ ପରାସ୍ତ କରିଛି।

ସୋମବାର ଅର୍ଥାତ ଅଲିମ୍ପିକର ଚତୁର୍ଥ ଦିନ ଆରମ୍ଭରେ ମହିଳା ଖଣ୍ଡାଧାରୀ ଭବାନୀ ଦେବୀ  ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ। ହେଲେ ସେ ଦ୍ଵିତୀୟ ରାଉଣ୍ଡରେ ପରାଜିତ ହୋଇ ଅଲିମ୍ପିକ ଅଭିଯାନ ଶେଷ କରିଛନ୍ତି। ଭବାନୀ ପ୍ରଥମ ଥର ଅଲିମ୍ପିକରେ ଅଂଶଗ୍ରହଣ କରିଛନ୍ତି। ସେ ନିଜର ପ୍ରଥମ ମୁକାବିଲା ଜିତି ନିଜର ଆଭିମୁଖ୍ୟ  ସ୍ପଷ୍ଟ କରିଥିଲେ। କିନ୍ତୁ ଦ୍ଵିତୀୟ ରାଉଣ୍ଡରେ ଝୁଟିଛନ୍ତି।

ପୁରୁଷ ତୀରନ୍ଦାଜି ଦଳ କୋରିଆଠୁ ହାରିଲେ

ଅତାନୁ ଦାସ, ପ୍ରବୀଣ ଯାଧବ ଓ ତରୁଣଦୀପ ରାୟଙ୍କ ଭାରତୀୟ ପୁରୁଷ ତୀରନ୍ଦାଜି ଦଳ କ୍ଵାର୍ଟର ଫାଇନାଲରେ ଟାଇଟଲର ପ୍ରବଳ ଦାବିଦାର କୋରିଆଠୁ ୦-୬ରୁ ହାରି ଟୋକିଓ ଅଲିମ୍ପିକ କ୍ରୀଡାରୁ ବାହାରି ଯାଇଛି। କୋରିଆର ଦଳ ଭାରତୀୟ ଦଳକୁ ୫୯-୫୪, ୫୯-୫୭, ୫୬-୫୪ରେ ପରାସ୍ତ କରିଛି। ଭାରତୀୟ ଦଳ ଏହା ପୂର୍ବରୁ କଜାକସ୍ତାନକୁ ୬-୨ରେ ହରାଇଥିଲା।

ବ୍ୟାଡମିଣ୍ଟନରେ ପୁରୁଷ ଯୁଗଳରେ ହାରିଲା ଭାରତ

ବ୍ୟାଡମିଣ୍ଟନର ପୁରୁଷ ଯୁଗଳ ବର୍ଗରେ ସାତ୍ଵିକସାଇରାଜ ରେଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଭାରତୀୟ ବ୍ୟାଡମିଣ୍ଟନ ଯୋଡି ଇଣ୍ଡୋନେସିଆଠୁ ସିଧାସଳଖ ଖେଳରେ ହାରି ଯାଇଛନ୍ତି। ଦୁନିଆର ଦଶମ ମାନ୍ୟତା ପ୍ରାପ୍ତ ଯୋଡି ଇଣ୍ଡୋନେସିଆଠୁ ୨୧-୧୩, ୨୧-୧୨ରେ ପରାଜୟବରଣ କରିଛନ୍ତି।

ଟେବୁଲ ଟେନିସରେ ହାରିଲେ ସୁତୀଥା ମୁଖାର୍ଜୀ

ମହିଳା ଟେବୁଲ ଟେନିସ ଖେଳାଳି ସୁତୀର୍ଥା ମୁଖାର୍ଜୀଙ୍କ ଅଲିମ୍ପିକ ଅଭିଯାନ ଶେଷ ହୋଇ ସାରିଛି। ମହିଳାର ଏକକ ବର୍ଗ ପ୍ରତିଯୋଗିତାର ଦ୍ଵିତୀୟ ମୁକାବିଲାରେ ସୁତୀର୍ଥାଙ୍କୁ ପର୍ତ୍ତୁଗାଲର ଫୁ ୟୁ ଏକତରଫା ମୁକାବିଲାରେ ୦-୪ରେ ପରାସ୍ତ କରିଛନ୍ତି। ଏଥିସହ ସୁତୀର୍ଥାଙ୍କ ଅଲିମ୍ପିକରେ ନିରାଶଜନକ ଅନ୍ତ ଘଟିଛି।

ଭବାନୀ ଦେବୀଙ୍କ ଅଭିଯାନ ଶେଷ

ଭାରତୀୟ ଖଣ୍ଡାଧାରୀ ଭବାନୀ ଦେବୀ ନିଜର ଅଲିମ୍ପିକ ପଦାର୍ପଣରେ ଆତ୍ମ ବିଶ୍ଵାସର ପ୍ରଥମ ମ୍ୟାଚ୍ ଜିତିଥିଲେ। ହେଲେ ଦ୍ଵିତୀୟ ମ୍ୟାଚରେ ଚତୁର୍ଥ ମାନ୍ୟତା ପ୍ରାପ୍ତ ମେନନ ବ୍ରୁନେଟଙ୍କଠୁ ହାରି ଟୋଲିଓ ଅଲିମ୍ପିକରୁ ବାଦ୍ ପଡିଛନ୍ତି। ଭବାନୀ ପ୍ରତିପକ୍ଷ ଖେଳାଳିଙ୍କଠୁ ୭-୧୫ରେ ପରାସ୍ତ  ହୋଇଛନ୍ତି। ଏହା ପୂର୍ବରୁ ସେ ଟ୍ୟୁନିସିଆର ନାଦିଆ ବେନ ଅଜିଜିଙ୍କୁ ୧୫-୩ରେ ହରାଇ ଦ୍ଵିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।

ଟେବୁଲ ଟେନିସରେ ଶରତ କମଲ କ୍ଵାର୍ଟର ଫାଇନାଲରେ

ଟେବୁଲ ଟେନିସରେ ଭାରତର ଅଚନ୍ତ ଶରତ କମଲ ପୁରୁଷ ଏକକ ବର୍ଗରେ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶରତ ପର୍ତ୍ତୁଗାଲର ଟିୟାଗୋ ଅପୋଲୋନିଆଙ୍କୁ ୪-୨ରେ ପରାସ୍ତ  କରିଛନ୍ତି।

Get real time updates directly on you device, subscribe now.