fbpx

ପଦକ ନିଶ୍ଚିତ କଲେ ଅତନୁ-ଦୀପିକା

ପ୍ୟାରିସ୍: ଭାରତୀୟ ତୀରନ୍ଦାଜୀ ଦମ୍ପତ୍ତି ଅତନୁ ଦାସ ଓ ଦୀପିକା କୁମାରୀ ଆର୍ଚେରୀ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ସହିତ ଏହି ଦମ୍ପତ୍ତି ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଛନ୍ତି । ଟୋକିଓ ଟିକେଟ୍ ହାସଲ କରିଥିବା ଅତନୁ-ଦୀପିକା ୫-୩ରେ ସ୍ପେନ୍ ଯୋଡି ଡାନିଏଲ କାଷ୍ଟ୍ରୋ ଓ ଡେ ଭେଲାସ୍କୋଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଟୋକିଓ ଅଲିମ୍ପିକ୍ସକୁ ଏକ ମାସ ବାକି ରହିଥିବା ବେଳେ ଏହି ଫାଇନାଲ ଉଭୟଙ୍କ ମନୋବଳକୁ ଦୃଢ କରିବ । ମହିଳା ସିଙ୍ଗିଲ୍ସ ସେମିରେ ପ୍ରବେଶ କରିଥିବା ଦୀପିକା ବିଶ୍ୱକପ୍ରେ ନିଜର ଦ୍ୱିତୀୟ ପଦକ ଲକ୍ଷ୍ୟରେ ରହିଛନ୍ତି ।

ଅତନୁ-ଦୀପିକା ପ୍ରଥମରୁ ୨ ସେଟ୍ ବିଜୟୀ ହୋଇଥିବା ବେଳେ ସ୍ପାନିଶ୍ ଯୋଡି କ୍ରମାଗତ ୩ ବିଜୟ ହାସଲ କରିଥିଲେ । ଚମକ୍ରାର ପ୍ରତ୍ୟାବର୍ତ୍ତନ ସହିତ ଭାରତୀୟ ଯୋଡି ୫-୩ରେ ବିଜୟୀ ହୋଇ ଦେଶ ପାଇଁ ପ୍ରଥମ ପଦକ ସୁନିଶ୍ଚିତ କରିଥିଲେ । ବ୍ୟକ୍ତିଗତ ରିକର୍ଭରେ ଅତନୁଙ୍କ ମୁକାବିଲା ବାକି ରହିଥିବା ବେଳେ ମହିଳା ରିକର୍ଭ ସେମିରେ ପ୍ରବେଶ କରିଛନ୍ତି ଦୀପିକା । ସେହିପରି ଉଭୟ ଖେଳାଳି ପ୍ରଥମ ଥର ପାଇଁ କୌଣସି ଫାଇନାଲରେ ପ୍ରବେଶ କରିଛନ୍ତି ।

Get real time updates directly on you device, subscribe now.