fbpx

‘ଅରବିନ୍ଦ କେଜ୍ରିୱାଲଙ୍କୁ ମାରିବାକୁ..’, ବିଜେପି ଉପରେ ଅଭିଯୋଗ ଆଣିଲା .., ଜାଣନ୍ତୁ କଣ କହିଲେ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମାମଲାରେ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ମୁଖ୍ୟ ସଚିବଙ୍କ ଚିଠି ଉପରେ ଆମ୍ ଆଦମୀ ପାର୍ଟୀର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଏବଂ ଆପ ନେତା ଆତିଶୀ କହିଛନ୍ତି ଯେ, ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ମାରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି ।

ଦିଲ୍ଲୀ ସରକାରରେ ମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ସିଏମ କେଜ୍ରିୱାଲଙ୍କ ସୁଗାର ଲେବଲ ଆଠରୁ ଅଧିକ ଥର ୫୦ରୁ କମ ଆସିସାରିଛି । ସିଏମ କୋମାରେ ଯାଇପାରନ୍ତି । ଏଭଳି ସ୍ଥିତିରେ ତାଙ୍କୁ ବ୍ରେନ ଷ୍ଟ୍ରୋକର ବି ବିପଦ ରହିଛି ।

ଆତିଶୀଙ୍କ ଏହି ବିବୃତ୍ତି ଦିଲ୍ଲୀର ଉପରାଜ୍ୟପାଳ ବିନୟ ସକ୍କେସନାଙ୍କ ପ୍ରଧାନ ସଚିବ ଙ୍କ ପକ୍ଷରୁ ଦିଲ୍ଲୀର ସିଏମଙ୍କ ଉପରେ ଅଭିଯୋଗ ଲଗାଯିବା ପରେ ଆସିଛି । ଏଲଜିଙ୍କ ପ୍ରଧାନ ସଚିବ ଅଭିଯୋଗ ଅଣିଛନ୍ତି ଯେ, ଜେଲରେ ଅରବିନ୍ଦ କେଜ୍ରିୱାଲ କ୍ୟାଲୋରୀ କମ ନେଉଛନ୍ତି, ଯାହା ପାଇଁ ଓଜନ କମିଯାଉଛି । ଏହି କଥାର ଖୁଲାସା ଏଲଜିଙ୍କ ପ୍ରଧାନ ସଚିବ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ଲେଖାଯାଇଥିବା ଚିଠିରେ କରାଯାଇଛି ।

Get real time updates directly on you device, subscribe now.