fbpx

ଏଟିଏମରୁ ବ୍ୟାପୁଛି କରୋନା: ଜାଣନ୍ତୁ ବର୍ତ୍ତିବେ କିପରି

ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଗୁଜୁରାଟର ଏକ ଏଟିଏମ ମେସିନରୁ ଟଙ୍କା ଉଠାଇବାକୁ ଯାଇଥିବା ୩ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏହା ସହ ୨୮ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ଏଟିଏମରୁ ଟଙ୍କା ଉଠାଇବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ବହୁତ ଜରୁରୀ । ଆସନ୍ତୁ ଜାଣିବା ..

୧-ଯେବେ ବି ଆପଣ ଘରୁ ବାହାରକୁ ବାହାରୁଛନ୍ତି, ସେତେବେଳେ ନିଜ ସାଥିରେ ସାନିଟାଇଜର ନିହାତି ରଖନ୍ତୁ । ଯଦି କୌଣସି ବସ୍ତୁ ବା ସାମଗ୍ରୀକୁ ଛୁଉଁଛନ୍ତି, ତେବେ ତୁରନ୍ତ ସାନିଟାଇଜରରେ ହାତ ସଫା କରନ୍ତୁ ।

୨-ଏଟିଏମ ରୁମ୍ ଭିତରେ ଯଦି ଟଙ୍କା ଉଠାଉଛନ୍ତି ବା ଉପସ୍ଥିତ ଅଛନ୍ତି, ତେବେ ଭୁଲରେ ଭିତରକୁ ଯାଆନ୍ତୁ ନାହିଁ । ସେ ବାହାରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।

୩-ଘରୁ ବାହାରିବା ବେଳେ ରୁମାଲ ବି ଟିସୁ ହାତରେ ନେଇ ଯାଆନ୍ତୁ । ଏଟିଏମ ଲାଇନରେ ଠିଆ ହୋଇଥିବା ବେଳେ ନିଜ ଚେହେରା, ନାକ ଓ ମୁହଁକୁ ଛୁଅନ୍ତୁ ନାହିଁ । ଲାଇନରେ ୧ ମିଟରର ଦୂରତା ରଖନ୍ତୁ ।

୪-ଏଟିଏମରେ କିଛି ବି ଛୁଇଁବାରୁ ବଞ୍ଚନ୍ତୁ । ଯଦି ଭୁଲରେ କିଛି ଛୁଇର୍ଛନ୍ତି ତେବେ ସାନିଟାଇଜରରେ ହାତ ସଫା କରନ୍ତୁ । ଏଟିଏମରେ ଠିଆ ହୋଇଥିବା ବେଳେ ଯଦି କୌଣସି ଚିହ୍ନା ପରିଚୟ ବ୍ୟକ୍ତି ଦେଖା ହୁଅନ୍ତୁ, ତେବେ ସେମାନଙ୍କ ସହ ହାତ ନମିଳାଇ ନମସ୍ତେ କରନ୍ତୁ ।

୫-ଯଦି ଆପଣଙ୍କୁ ଥଣ୍ଡା କି କାଶ ହୋଇଛି, ତେବେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଅନ୍ୟପଟେ ଯଦି ଆପଣଙ୍କୁ ଲାଇନରେ ଠିଆ ହୋଇଥିବା ବେଳେ ଅଚାନକ୍ ଛିଙ୍କ ଆସେ, ତେବେ ରୁମାଲ ବା ଟିସୁରେ ମୁହଁ ଘୋଡାଇରଖନ୍ତୁ । ବ୍ୟବହାର କରିସାରିଥିବା ଠିସୁ ବା ମାସ୍କ ଭୁଲରେ ବି ଏଟିଏମ ଡଷ୍ଟବିନରେ ପକାନ୍ତୁ ନାହିଁ । ଏଥିରୁ ଅନ୍ୟମାନଙ୍କୁ ବି ସଂକ୍ରମର ହୋଇପାରେ ।

୬- ଏହି ସମୟରେ ଡିଜିଟାଲରେ କାମ କରିବା ଠିକ୍ । ସମସ୍ତ ପେମେଣ୍ଟ ଓ ଟ୍ରାଜାକ୍ସନ ଅନଲାଇନରେ କରିବା ଦ୍ୱାରା ଏଟିଏମ ଯିବା ଦରକାର ପଡିବ ନାହିଁ ।

Get real time updates directly on you device, subscribe now.