fbpx

ଆତ୍ମନିର୍ଭର ଭାରତ ପ୍ୟାକେଜ-୪, ୮ଟି କ୍ଷେତ୍ର ଉପରେ ଗୁରୁତ୍ୱ

ଶିଳ୍ପ କ୍ଲଷ୍ଟର ବିକାଶ ପାଇଁ ଭିତ୍ତିଭୂମିର ବିକାଶ କରାଯିବ । ୫ଲକ୍ଷ ହେକ୍ଟରରେ ୩୩୭୫ ଏସଇଜେଡ଼ ପ୍ରସ୍ତୁତ କରାଯିବ । ନିବେଶକଙ୍କ ଜମି ପ୍ରଦାନ କରିବା ନେଇ ଜୋର ଦିଆଯିବ । ୨୦୨୦-୨୧ ବର୍ଷରେ ସବୁ ଶିଳ୍ପ ପାର୍କର ର୍ୟାଙ୍କିଙ୍ଗ କରାଯିବ ।
କୋଇଲା କ୍ଷେତ୍ର-କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ହେବଏବଂ ସ୍ୱଚ୍ଛତାକୁ ଗୁରୁତି୍ବ ଦିଆଯିବ । କୋଇଲା ଉତ୍ପାଦନ କ୍ଷେତ୍ରରେ ୫୦ହଜାର କୋଟି ଖର୍ଚ୍ଚ ଯୋଜନା କରାଯାଇଛି । ଟନ୍ ପିଛା ଦର ପରିବର୍ତ୍ତେ ଲାଗୁ ହେବ ବଣ୍ଟନ ଯୋଜନା । ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ ନିୟମ କୋହଳ ହେବ । ଉଚିତ ମୂଲ୍ୟରେ ଅଧିକ କୋଇଲା ମିଳିବ । ବିଶ୍ୱର ୩ଟି କୋଇଲା ଭଣ୍ଡାର ଦେଶ ଭିତରେ ଭାରତ ରହିଛି । କୋଇଲା ଖଣିର ଖୋଲା ନିଲାମୀ କରାଯିବ । ୫୦ନୂଆ କୋଲ ବ୍ଲକର ନିଲାମୀ କରାଯିବ ।ଯେକୌଣସି ସଂସ୍ଥା କୋଇଲା ଉତ୍ତୋଳନ କରି ବିକ୍ରି କରିପାରିବେ । କୋଇଲା ଗ୍ୟାସୀୟକରଣ ଓ ତରଳୀକରଣକୁ ପ୍ରୋତ୍ସାହନ ଦିଆଯିବ ।
ମିନେରାଲ୍ସ ମାଇନିଂ- ଖଣିଜ ପଦାର୍ଥ କ୍ଷେତ୍ରର ବିକାଶ ହେବ । ୫୦୦ମାଇନିଂ ବ୍ଳକର ନିଲାମୀ କରାଯିବ । ମାଇନିଂ ଲକ୍ଟକ୍ସର ଟ୍ରାନ୍ସଫର ହୋଇପାରିବ । ବକସାଇଟ ଓ କୋଲ ମିନେରାଲ ବ୍ଲକର ନିଲାମୀ ଉପରେ ଗୁରୁତ୍ୱ ଦିଆଯାଇଛି ।
ଡିଫେନ୍ସ ପ୍ରଡ଼କ୍ସନ- ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ବୋଲି ସେ କହିଛନ୍ତି । ପ୍ରତିରକ୍ଷା ଉପକରଣ ଉତ୍ପାଦନରେ ମେକ ଇନ ଇଣ୍ଡିଆକୁ ଗୁରୁତ୍ୱ ଦିଆଯାଇଛି । ସେନାକୁ ଆଧୁନିକ ଅସ୍ତଶସ୍ତ୍ର ଆବଶ୍ୟକ ରହିଛି । ରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଉପକରଣ ପାଇଁ ଅଲଗା ବଜେଟ ରହିଛି । ଅର୍ଡ଼ିନାନ୍ସ ଫ୍ୟକ୍ଟ୍ରି, ବୋର୍ଡ଼କୁ କର୍ପୋରେଟ ଢ଼ାଞ୍ଚାରେ ପରିବର୍ତ୍ତନ କରାଯିବ । ବିଦେଶୀ ପୁଞ୍ଜି ନିବେଶ ସୀମା ୪୯% ରୁ ୭୪% କୁ ବୃଦ୍ଧି ପାଇଛି । ଆର୍ଡ଼ିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ଼କୁ ସେୟାର ବଜାରରେ ସାମିଲ ହେବ ।
ବିମାନବନ୍ଦର- ଦେଶର ଏୟାର ସ୍ପେଶକୁ ବୃଦ୍ଧି କରାଯିବ । ଏବେ ଦେଶର ୬୦ପ୍ରତିଶତ ଏୟାର ସ୍ପେଶ୍ ଖୋଲା ରହିଛି । ୬ଟି ବିମାନବନ୍ଦରରେ ବିକାଶ କରାଯିବ । ପିପିପି ମୋଡ଼ରେ ଏହି ବିକାଶ କାମ କରାଯିବ । ଏୟାର ସ୍ପେଶ୍ ବଢ଼ାଇଲେ ୧ହଜାର କୋଟି ବଞ୍ଚିବ । ଏୟାର ସ୍ପେଶ୍ ବଢ଼ାଇଲେ ୧ହଜାର କୋଟି ବଞ୍ଚିବ । ୧୨ବିମାନବନ୍ଦରରେ ୧୩ହଜାର କୋଟି ନିବେଶ ପାଇଁ ଯୋଜନା ରହିଛି ।
ଶକ୍ତିବଣ୍ଟନ-ବିଜୁଳି କ୍ଷେତ୍ରରେ ସବସିଡ଼ି ଡିବିଡ଼ି ଆକରରେ ମିଳିବ । କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ କମ୍ପାନୀ ଗୁଡ଼ିକର ଘରୋଇ କରଣ ହେବ ।
ଅନ୍ତରୀକ୍ଷ ଗବେଷଣା- ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଘରୋଇ କମ୍ପାନୀଙ୍କୁ ସୁଯୋଗ ମିଳିବ । ସାଟେଲାଇଟ ଲଞ୍ଚ ପରି କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ସୁଯୋଗ ମିଳିବ ।

Get real time updates directly on you device, subscribe now.