fbpx

୪ର୍ଥ ପର୍ଯ୍ୟାୟ ଲକ୍-ଡାଉନ୍ ପାଇଁ ଆଜି ଆସିବ ଗାଇଡଲାଇନ୍, ଜାଣନ୍ତୁ କଣ ହେବ କୋହଳ

ଦେଶରେ କରୋନା ଭାଇରସ ପ୍ରଭାବକୁ ଦେଖି ପୁଣି ଥରେ ଲକ୍-ଡାଉନ୍ ବଢାଯିବ । ଲକ୍-ଡାଉନର ଚତୁର୍ଥ ପର୍ଯ୍ୟାୟକୁ ନେଇ ଆଜି ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିପାରନ୍ତି । ଯେଉଁଥିରୁ ସ୍ପଷ୍ଟ ହେବ କି, ମେ ୧୭ ପରେ କଣ କେହାଳ ହେବ ଓ କାହା ଉପରେ ପ୍ରତିବନ୍ଧକ ଲାଗିବ । ରାଜ୍ୟଗୁଡିକର ପରାମର୍ଶ ପରେ ଗୃହ ମନ୍ତ୍ରାଳୟରେ ଏନେଇ ଆଲୋଚନା ଚାଲିଛି ।

ତେବେ ଖବର ମୁତାବକ, ରାଜ୍ୟଗୁଡିକର ପରାମର୍ଶ ଅନୁଯାୟୀ ରିଲିଫ୍ ଦିଆଯିବ । ଟ୍ରେନଗୁଡିକର ସ୍ୱାଭାବିକ ହେବା ସମ୍ଭବ ନୁହେଁ, ଏନେଇ କେବଳ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । କିନ୍ତୁ ବିମାନ ଯାତ୍ରା ଆରମ୍ଭ ହୋଇପାରେ । ପୂର୍ବ ଅପେକ୍ଷା ଲକ୍-ଡାଉନ ୪ରେ ଅଧିକ କୋହଳ କରାଯିବ । ରେଡ ଜୋନର କଣ୍ଟେନମେଣ୍ଟ ଅଞ୍ଚଳରେ କଡା ପ୍ରତିବନ୍ଧକ ଜାରି ରହିବ । ଗ୍ରୀନ ଜୋନ ସମ୍ପୂର୍ଣ୍ଣ ଭାବେ ଖୋଲାଯିବ, କିନ୍ତୁ ଅରେଞ୍ଜ ଜୋନରେ ବହୁତ କମ୍ ପ୍ରତିବନ୍ଧକ ଲାଗୁହେବ ।

Get real time updates directly on you device, subscribe now.