fbpx

ପୁଣି ବାଗଦାଦରେ ରକେଟ୍ ମାଡ

ବାଗଦାଦ,୧୫ ।୧: ଇରାନ ଓ ଆମେରିକା ମଧ୍ୟରେ ଶତ୍ରୁତା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପୁଣି ଇରାକରେ ଥିବା ଆମେରିକା ସୈନ୍ୟ ଶିବିର ଉପରେ ଆକ୍ରମଣ ହୋଇଛି । ବାଗଦାଦର ଆମେରିକା ସୈନ୍ୟ ଠିକଣା ଉପରେ ରକେଟ୍ ମାଡ ହୋଇଥିବା ଜଣାପଡିଛି । ତେବେ ରକେଟ୍ ମାଡରେ କୌଣସି କ୍ଷତି ହୋଇଥିବାର ସୂଚନା ମିଳିନାହିଁ । ସୁଲେମାନି ମୃତ୍ୟୁ ପରେ ଅଷ୍ଟମ ଥର ପାଇଁ ରକେଟ୍ ମାଡ କଲା ଇରାନ ।

ଅନ୍ୟପଟେ ସିରିଆରେ ଏୟାରବେସ ଉପରେ ଇସ୍ରାଏଲ ଆକ୍ରମଣ କରିଥିବା ସୂଚନା ମିଳିଛି । ହୋମ୍ସରେ ଥିବା ଏୟାରବେସରେ ଇସ୍ରାଏଲ ୧୨ଟି ରକେଟ୍ ମାଡ କରିଛି ।

Get real time updates directly on you device, subscribe now.