fbpx

ଆପ୍ ସମର୍ଥକଙ୍କୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ ବିଧାୟକ

ନୂଆଦିଲ୍ଲୀ,୧୨ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତ ପାଇ ସରକାର ଗଢିବାକୁ ଯାଉଛି ଆପ୍ । ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ହିଂସା ଦେଖିବାକୁ ମିଳିଛି । ଆପ୍ ବିଧାୟକ ନରେଶ ଯାଦବଙ୍କ ଗାଡି ଉପରକୁ ଗୁଳିମାଡ କରିଛନ୍ତି କେତେକ ଦୁର୍ବୃତ୍ତ । ନିର୍ବଚନର ବିଜୟ ପରେ ସମର୍ଥକଙ୍କ ସହ ଘରକୁ ଫେରୁଥିବା ବେଳେ କିଶନଗଡରେ ହୋଇଥିଲା ଏହି ଗୁଳିମାଡ । ଗାଡି ଉପରକୁ ୭ ରାଉଣ୍ଡ ଗୁଳିମାଡ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଧାୟକ ନରେଶ । କିନ୍ତୁ ଗୁଳିମାଡରେ ଅଶୋକ ମାନ୍ ନାମକ ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମହରୌଲି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ନରେଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର କୁସୁମ ଖତ୍ରୀଙ୍କୁ ୧୮ ହଜାର ୧୬୧ ଭୋଟରେ ପରାଜିତ କରିଛନ୍ତି ।
ଗୁଳିମାଡ ଘଟଣାରେ ୩ ଜଣଙ୍କୁ ଅଟକ ରଖି ଦତନ୍ତ ଆରମ୍ଭ କରିଛି । ତେବେ ଗୁଳିକାଣ୍ଡ ପଛରେ ଗ୍ୟାଙ୍ଗୱାର ଥିବା ପୋଲିସ କହିଛି ।

Get real time updates directly on you device, subscribe now.