fbpx
BJD SKY
BJD SKY

ଆତଙ୍କୀ ଭୟରେ କାଶ୍ମୀର ଛାଡୁଛନ୍ତି ହିନ୍ଦୁ, ଥମୁନି ହିନ୍ଦୁଙ୍କ ଉପରେ ଆକ୍ରମଣ

BJD

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ ସମାଜ । ଯେଉଁଭଳି ୯୦ଦଶକରେ କାଶ୍ମୀରରେ କେବଳ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରା ଯାଉଥିଲା, ବର୍ତ୍ତମାନ ପୁଣିଥରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ଗତ ୨୬ଦିନରେ କାଶ୍ମୀରରେ ୧୦ଟି ହତ୍ୟା ହୋଇଛି । ଏହା ପରେ କାଶ୍ମୀର ପଣ୍ଡିତମାନେ କାଶ୍ମୀର ଘାଟି ଛାଡ଼ୁଥିବା ଦେଖିବାକୁ ମିଳିଛି । ସେଠାରେ ରହୁଥିବା ସରକାରୀ କର୍ମଚାରୀମାନେ ଏବେ ପ୍ରଶାସନକୁ ସୁରକ୍ଷା ପାଇଁ ଦାବି କରିଛନ୍ତି ।

ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି ବିଭିନ୍ନ ସରକାରୀ କର୍ମଚାରୀ, ପ୍ରବାସୀ ଶ୍ରମିକ, ଟିଭି ଆର୍ଟିଷ୍ଟ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ହିଁ ଟାର୍ଗେଟ କରୁଛନ୍ତି । ଅଫିସ ଭିତରେ ପଶି ହତ୍ୟା କରିବା ଭଳି କେତେକ ଘଟଣା ମଧ୍ୟ ସାମନାକୁ ଆସିଛି । ଫଳରେ ନିଜ ଘରେ ଏବଂ କାର୍ଯ୍ୟାଳୟରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି କର୍ମଚାରୀ । ତେଣୁ ଏବେ ଅନେକ ଲୋକ କାଶ୍ମୀର ଛାଡି ପଳାୟନ କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ୩୦ରୁ ୪୦ ପରିବାର ସହର ଛାଡ଼ି ସାରିଥିବା ଜଣାଯାଇଛି । ସେହିପରି ଶ୍ରୀନଗରର କୌଣସି ସ୍ଥାନ ମଧ୍ୟ ସୁରକ୍ଷିତ ନାହିଁ ।

ସୂଚନା ଥାଉ କି, ଅକ୍ଟୋବରରେ କେମିଷ୍ଟ ଏମଏଲ ବିନ୍ଦ୍ରୁଙ୍କ ହତ୍ୟା ପରଠୁ ହିନ୍ଦୁଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ଆତଙ୍କବାଦୀ ସଂଗଠନ । ରଜନୀ ବାଲା ଦ୍ୱିତୀୟ ହିନ୍ଦୁ ସରକାରୀ କର୍ମଚାରୀ ଥିଲେ ଯାହାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ଏହା ପୂର୍ବରୁ ମେ ୧୨ରେ ବଡ଼ଗାମର ତହସିଲ ଅଫିସରେ ପଶି ରାଜସ୍ୱ ଅଧିକାରୀ ରାହୁଲ ଭଟ୍ଟଙ୍କର ହତ୍ୟା କରିଥିଲେ ଆତଙ୍କବାଦୀ । ରାହୁଲ ଭଟ୍ଟଙ୍କ ହତ୍ୟା ପରେ ତାଙ୍କ କଲୋନୀରେ ବସବାସ କରୁଥିବା ୩୫୦ ପଣ୍ଡିତ ପରିବାର ମଧ୍ୟରୁ ୧୫୦ ପରିବାର ପଳାୟନ କରିଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.