fbpx

ବର୍ଷାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କଲେ ଅନୁଭବ, ଖୁବଶୀଘ୍ର ଘର ଛାଡ଼ିବେ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନେ ତାରକାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ନୂଆ ଅପଡେଟ୍ ଆସିଛି । ଅନୁଭବଙ୍କ ପୈତୃକ ଘର ତାଙ୍କର ଧର୍ମପତ୍ନୀ ବର୍ଷା ଛାଡ଼ିବା ନେଇ ସାଂସଦ କୋର୍ଟରେ ପିଟିସନ ଦାୟର କରିଥିଲେ । ତେବେ ଅନୁଭବଙ୍କ ପିଟିସନ ଆଧାରରେ ଏସଡିଜେଏମ୍ କୋର୍ଟ ବର୍ଷାଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହିତ ପ୍ରତି ମାସର ୧୦ ତାରିଖ ପୂର୍ବରୁ ଅନୁଭବ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ସୂଚନା ମୁତାବକ, ଆଜି ବର୍ଷାଙ୍କୁ ଉକ୍ତ ଅର୍ଥ ପ୍ରଦାନ କରିଛନ୍ତି ଅନୁଭବ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପତ୍ନୀଙ୍କୁ ଅନୁଭବ ୩୦ ହଜାର ଟଙ୍କା ଦେଇଛନ୍ତି । ବର୍ଷାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନୁଭବ ଏହି ଟଙ୍କା ଡିପୋଜିଟ୍ କରିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ବାବା-ମାଆ ଅସୁସ୍ଥ ଥିବାରୁ ବର୍ଷା ତାଙ୍କର ପୈତୃକ ଘର ଛାଡ଼ନ୍ତୁ ବୋଲି କେନ୍ଦ୍ରାପଡ଼ା ସାଂସଦ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ କିଛିଦିନ ଧରି ଅନୁଭବ ସୋସିଆଲ ମିଡ଼ିଆରେ ଭିଡିଓ ଶେୟାର କରି ବର୍ଷାଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ବର୍ଷାଙ୍କ ପକ୍ଷରୁ ମଧ୍ୟ ସୋସିଆଲ ମିଡ଼ିଆରେ ଏନେଇ ଜବାବ ଦିଆଯାଇଥିଲା । ତେବେ ଆସନ୍ତା ଜୁଲାଇ ମାସ ୪ ତାରିଖ ପର୍ଯ୍ୟନ୍ତ ଷ୍ଟାର ଦମ୍ପତି ସୋସିଆଲ ମିଡ଼ିଆରେ ପରସ୍ପର ବିରୋଧରେ ଆକ୍ଷେପମୂଳକ ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବର୍ଷା-ଅନୁଭବଙ୍କ ସୋସିଆଲ ମିଡ଼ିଆ ଫାଇଟରେ ଲାଗିଥିଲା ରୋକ ।

Get real time updates directly on you device, subscribe now.