fbpx
BJD SKY
BJD SKY

ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟାକ୍ସନିର ଦ୍ୱିତୀୟ ପରୀକ୍ଷଣକୁ ମଞ୍ଜୁରୀ

BJD

ନୂଆଦିଲ୍ଲୀ: ଭାରତର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟକ୍ସିନର ଦ୍ୱିତୀୟ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଭାରତ ବାୟୋଟେକ ଏବଂ ସେଣ୍ଟ ଲୁଇସର ୱାସିଙ୍ଗଟନ ୟୁନିଭର୍ସିଟିର ମିଳିତ ସହଯୋଗରେ ଏହାର ବିକଶିତ କରାଯାଉଛି । ଟୀକାର ପ୍ରଭାବ ଏବଂ ନିରାପତ୍ତାକୁ ମୂଲ୍ୟାଙ୍କନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଉତ୍ପାଦନକାରୀ କମ୍ପାନୀ ।

ନିକଟରେ ୧୮-୬୦ ବର୍ଷ ବୟସର ସ୍ୱସ୍ଥ୍ୟ ସ୍ୱେଚ୍ଛାସେବୀମାନଙ୍କ ଉପରେ ଶିମ୍ପାଜୀ ଏଡିନୋଭାଇରସ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ତେବେ ଏହି ପରୀକ୍ଷଣରେ ସଫଳତା ମିଳିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏହାପୂର୍ବରୁ ଟୀକା ସୁରକ୍ଷିତ ଏବଂ ସହନଶୀଳ ବୋଲି ନିଶ୍ଚିତ କରାଯାଇଥିଲା । ଏପରିକି ଏହି ଭ୍ୟାକ୍ସିନ ଉଚ୍ଚ ସ୍ତରର ନ୍ୟୁଟ୍ରିଲାଇଜିଙ୍ଗ ଆଣ୍ଟିବଡି ହାସଲ କରିବାରେ ସକ୍ଷମ ବୋଲି ମଧ୍ୟ ଜଣାଯାଇଛି ।

ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଉଦ୍ୟୋଗ ଅନୁସନ୍ଧାନ ସହାୟତା ପରିଷଦର ମିଳିତ ସହଯୋଗ ଏବଂ ଚେଷ୍ଟାରେ ଏହି ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ପ୍ରସ୍ତୁତ ହୋଇପାରିଛି । ଭାରତର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ଭାରତରେ ପ୍ରସ୍ତୁତ ହୋଇଥିବା ଏହି ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଥିବା କହିଛନ୍ତି ଡିବିଟି ସଚିବ ଏବଂ ର ପ୍ରମୁଖ ଡ. ରେଣୁ ସ୍ୱରୂପ ।

Get real time updates directly on you device, subscribe now.