fbpx
BJD SKY
BJD SKY

ବିରଳ କ୍ୟାଫେ, ଯେଉଁଠି କାମ କରୁଛନ୍ତି କେବଳ ଏଚ.ଆଇ.ଭି ପଜିଟିଭ କର୍ମଚାରୀ

BJD

ନୂଆଦିଲ୍ଲୀ: ବିଶ୍ୱରେ ଏଡସକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ଭାଇରସ ସଂସ୍ପର୍ଶରେ ଆସିଲେ ଏହାଠୁ ବଞ୍ଚିବା କଷ୍ଟକର । କିନ୍ତୁ ଔଷଧ ଏବଂ ଯତ୍ନ ଦ୍ୱାରା ସଂକ୍ରମିତ ବ୍ୟକ୍ତି ସାଧାରଣ ଜୀବନ ଯାପନ କରିପାରିବେ । ଏହା ଛୁଆଁ ଅଛୁଆଁ ଭଳି ରୋଗ ମଧ୍ୟ ନୁହେଁ । କିନ୍ତୁ ଏତେ ସଚେତନ ପରେ ମଧ୍ୟ ସମାଜ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ହୀନ ନଜରରେ ଦେଖିଥାଏ । ତେବେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କୋଲକାତାରେ ଖୋଲା ଯାଇଛି “କ୍ୟାଫେ ପଜିଟିଭ’ । ଏହି କ୍ୟାଫେରେ କାମ କରୁଥିବା ସମସ୍ତ କର୍ମଚାରୀ ଏଚ.ଆଇ.ଭି ପଜିଟିଭ । ଲୋକଙ୍କ ମନରେ ସଚେତନତା ଆଣିବା ପାଇଁ ଏକ ଏନଜିଓ ପକ୍ଷରୁ କ୍ୟାଫେ ପଜିଟିଭ ଆରମ୍ଭ କରାଯାଇଛି ।

ଏହି କ୍ୟାଫେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମନରେ ଏଚ.ଆଇ.ଭି ପ୍ରତି ସଚେତନତା ଆଣିବା । ଏହି କ୍ୟାଫେର ଫାଉଣ୍ଡର ହେଉଛନ୍ତି କଲ୍ଲୋଲ ଘୋଷ । ଏହି କ୍ୟାଫେରେ ୧୦ଜଣ ଏଚ.ଆଇ.ଭି ପଜିଟିଭ କର୍ମଚାରୀ କାମ କରନ୍ତି । ଆକାଉଣ୍ଟସ ଦେଖିବା ସହ ଗ୍ରାହକଙ୍କୁ ଭଲରେ ସର୍ଭିସ ଦେବା ଭଳି କାମ କରିଥାନ୍ତି କର୍ମଚାରୀ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଲୋକମାନେ ଏଠାକୁ ଆସିବାରେ କୁଣ୍ଠା କରିବା ତ ଦୂରର କଥା ଏଠାରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି ।ଏହି କ୍ୟାଫେର କଫି ଏବଂ ସ୍ନାକ୍ସ ଖାଇବା ପାଇଁ ବିଭିନ୍ନ ଦେଶର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏସିଆରେ ଏହା ଏକ ମାତ୍ର କ୍ୟାଫେ ଯେଉଁଠାରେ କେବଳ ଏଚ.ଆଇ.ଭି ପଜିଟିଭ କର୍ମଚାରୀ କାମ କରନ୍ତି ।

କରୋନା ଭାଇରସରେ ସରକାର ଲୋକମାନଙ୍କୁ ସଚେତନ କରାଇବାରୁ ଏହାର ସଂସ୍ପର୍ଶରେ ଆସିଲେ ହିଁ ସଂକ୍ରମଣ ବଢିଥାଏ ବୋଲି ସମସ୍ତେ ବୁଝିପାରିଥିଲେ । କିନ୍ତୁ ବର୍ଷ ବର୍ଷ ଧରି ଶହ ଶହ ଲୋକଙ୍କୁ ନିଜ ଶିକାର ବନାଉଥିବା ଏଚ.ଆଇ.ଭି ଭାଇରସ ପ୍ରତି ଲୋକମାନେ ଆଜି ପର୍ଯ୍ୟନ୍ତ ସଚେତନ ହୋଇ ନାହାନ୍ତିି । ଏହି ଭାଇରସ ଛୁଇଁବା ଦ୍ୱାରା ବ୍ୟାପି ନଥାଏ । ଏହା ପରେ ମଧ୍ୟ ସଂକ୍ରମିତ ହୋଇଥିବା ବ୍ୟକ୍ତି ଏହି ଭେଦଭାବର ଶିକାର ହୋଇଥାନ୍ତି ।

Get real time updates directly on you device, subscribe now.